ଅର୍ଜୁନ କପୁର କେବେ କରୁଛନ୍ତି ମଲାଇକାଙ୍କୁ ବିବାହ?

ଦୀର୍ଘଦିନ ଧରି ଅଭିନେତା ଅର୍ଜୁନ କପୁର ଡେଟ୍‌ କରିବା ପରେ ମଲାଇକା ଅରୋରାଙ୍କୁ ବିବାହ କରିବାକୁ ମନ ବଳାଇଲେଣି । ଏନେଇ ନିର୍ଦ୍ଦେଶକ କରନ୍‌ ଜୋହରଙ୍କ ବିବାଦୀୟ ଶୋ’ ‘କଫି ଉଇଥ୍‌ କରନ-୮’ରେ ଖୁଲାସା କରିଛନ୍ତି|କରଣ ଅର୍ଜୁନଙ୍କୁ ପଚାରିଥିଲେ ଯେ ସେ ଏବଂ ମଲାଇକାଙ୍କ ସମ୍ପର୍କକୁ ପରବର୍ତ୍ତୀ ସ୍ତରକୁ ନେବାକୁ କୌଣସି ପ୍ଲାନ ଅଛି କି? ଏଥିପାଇଁ ଅର୍ଜୁନ କହିଛନ୍ତି, “ମୁଁ ଏହି ସମୟରେ ଭାବୁଛି, ଏବଂ ମୁଁ ତୁମ ଶୋ’କୁ ଆସିବାକୁ ଏବଂ ଏହା ବିଷୟରେ ସଚ୍ଚୋଟ ହେବାକୁ ଯେତିକି ଭଲ ପାଏ, ମୁଁ ଭାବୁଛି ଏହା ମୋ ଜୀବନର ଏକ ଅଂଶ । ବର୍ତ୍ତମାନ ମୁଁ ଏହାକୁ ସେପରି ନେବାକୁ ଚାହୁଁଛି ଯେପରି ଏହା ଚାଲୁଛି..”। ମୁଁ ଭାବୁଛି ତାଙ୍କ ବିନା ଏଠାରେ ବସି ଭବିଷ୍ୟତ ବିଷୟରେ କଥାବାର୍ତ୍ତା କରିବା ଠିକ୍ ନୁହେଁ। ଏହା ସବୁଠାରୁ ସମ୍ମାନଜନକ ବିଷୟ । ସେହି ପର୍ଯ୍ୟାୟରେ ପହଞ୍ଚିବା ପରେ ଆମେ ଆସି ଏକାଠି ଏହା ବିଷୟରେ ଆଲୋଚନା କରିବା। ମୁଁ ଯେଉଁଠାରେ ଅଛି ବହୁତ ଖୁସି ଏବଂ ମୋର କୌଣସି ଅଭିଯୋଗ ନାହିଁ ।

ମୁଁ ବର୍ତ୍ତମାନ ଏସବୁ ପାଇଁ ପ୍ରସ୍ତୁତ ନୁହେଁ।ବଲିଉଡର ଏହି ଲଭବାର୍ଡଙ୍କ ବିଷୟରେ କହିଲେ ଦୁହିଁଙ୍କ ମଧ୍ୟରେ ୯ ବର୍ଷର ତଫାତ। ମଲାଇକା ବୟସରେ ଅର୍ଜୁନଙ୍କଠାରୁ ବଡ଼। ପୂର୍ବରୁ ବିବାହିତା ଥିବା ବେଳେ ପୁତ୍ର ସନ୍ତାନର ଜନନୀ। ଛାଡ଼ପତ୍ର ପରେ ଏବେ ଦୁହେଁ ଡେଟ୍‌ କରୁଛନ୍ତି, ଯାହାକୁ ନେଇ ସର୍ବଦା ତାଙ୍କୁ ଟ୍ରୋଲ କରାଯାଇଛି। କେହି କେହି ତାଙ୍କୁ ମା’ପୁଅଙ୍କ ଯୋଡ଼ି ବୋଲି କହିବାକୁ ପଛାଇ ନ ଥାନ୍ତି।