ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା
ଅର୍ଥନୀତିରେ ନୋବେଲ ପୁରସ୍କାର ଘୋଷଣା। ୨ ଆମେରିକୀୟ ଜୋଏଲ୍ ମୋକିର, ପିଟର୍ ହାୱିଟ ଏବଂ ଜଣେ ବ୍ରିଟିଶ ନାଗରିକ ଫିଲିପ୍ ଏଘିଅନଙ୍କୁ ପ୍ରଦାନ କରାଯାଇଛି ଅର୍ଥନୀତିରେ ନୋବେଲ। ଆର୍ଥିକ ବିକାଶରେ ଇନୋଭେସନ ପାଇଁ ନୋବେଲ ପ୍ରଦାନ କରାଯାଇଛି।ପ୍ରଯୁକ୍ତିବିଦ୍ୟା ପ୍ରଗତି ମାଧ୍ୟମରେ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧିକୁ ଅନୁମତି ଦେଉଥିବା ପ୍ରମୁଖ ପରିସ୍ଥିତି ଚିହ୍ନଟ କରିବା ପାଇଁ ଜୋଏଲ୍ ମୋକିରଙ୍କୁ ସମ୍ମାନିତ କରାଯିବ । ସେହିପରି ଫିଲିପ୍ ଆଘିଅନ୍ ଏବଂ ପିଟର୍ ହୋୱିଟ୍ ମିଳିତ ଭାବରେ ଅର୍ଥନୀତି ବିକାଶରେ “ସୃଜନଶୀଳ ବିନାଶ” ତତ୍ତ୍ୱ ପାଇଁ ପୁରସ୍କୃତ ହେବେ । ଯେଉଁଥିରେ ଅର୍ଥନୀତିର ପୁରୁଣା ପ୍ରକ୍ରିୟାଗୁଡ଼ିକୁ ହଟାଯାଇ, କିପରି ନୂଆ ଚିନ୍ତାଧାରା ସହିତ ନିରନ୍ତର ଅଭିବୃଦ୍ଧି ହାସଲ କରି ହେବ ତାହାକୁ ବାଖ୍ୟା କରିଛନ୍ତି ଆଘିନା ଓ ହୋୱିଟ । ଏହି ତିନି ବିଜ୍ଞାନୀ, ଦର୍ଶାଇଛନ୍ତି ଯେ ସମାଜରେ ଆର୍ଥିକ ବିକାଶ ଏବଂ ପ୍ରଗତି ପାଇଁ ନବସୃଜନ କାହିଁକି ଗୁରୁତ୍ୱପୂର୍ଣ୍ଣ ।
