ଅଲିମ୍ପିକ୍ସ ମେଡାଲ ଜିତିବା ପରେ ରେଳ ବିଭାଗର ବଡ ଗିଫ୍ଟ ।

ପ୍ୟାରିସ ଅଲିମ୍ପିକ୍ସରେ ଭାରତର ହ୍ୟାଟ୍ରିକ୍‌ । ଭାରତୀୟ ସୁଟର ସ୍ବପ୍ନିଲ୍‌ କୁଶାଲେ ଜିତିଲେ ବ୍ରୋଞ୍ଜ ପଦକ । ୫୦ ମିଟର ଏୟାର ରାଇଫଲ ପୁରୁଷ ଇଭେଣ୍ଟରେ ୩ୟ ପୋଜିସନରେ ରହି ସୁଟର ସ୍ବପ୍ନିଲ୍‌ ଜିତିଛନ୍ତି ବ୍ରୋଞ୍ଜ । ଅଲିମ୍ପିକ୍ସରେ ମେଡାଲ ଜିତିବା ପରେ ସ୍ୱପ୍ନିଲଙ୍କୁ ରେଳ ବିଭାଗ ଦେଲା ବଡ ଗିଫ୍ଟ । ଟିଟିଇରୁ ଓଏସଡି ହେଲେ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା । ତେବେ ଏଥର ପ୍ୟାରିସ୍ ଅଲିମ୍ପିକ୍ସରେ ବ୍ରୋଞ୍ଜ ମେଡାଲ ଜିତିଛନ୍ତି ସ୍ୱପ୍ନିଲ କୁସାଲେ ।

ଆଉ ଏହାପରେ ରେଳ ବିଭାଗରେ ଟିଟିଇରୁ ତାଙ୍କୁ ଓଏସଡି ଭାବେ ପଦୋନ୍ନତି ମିଳିଛି ।୨୯ ବର୍ଷିୟ ସ୍ବପ୍ନିଲ୍‌ଙ୍କର ଏହା ହେଉଛି ପ୍ରଥମ ଅଲିମ୍ପିକ୍ସ । ଆଉ ପ୍ରଥମ ଅଲମ୍ପିକ୍ସରୁ ଏହି ଖେଳାଳି ନିଜ ନାଁରେ କରିଛନ୍ତି ପଦକ । ସ୍ବପ୍ନିଲ୍‌ ୧୨ ବର୍ଷରୁ ଅଲିମ୍ପିକ୍ସରେ କ୍ବାଲିଫାଏ କରିବା ପାଇଁ ଯୋଗ୍ୟତା ଚେଷ୍ଟା କରୁଥିଲେ ଏବଂ ଆଉ ପ୍ୟାରିସରେ ସୁଯୋଗ ପାଇବା ମାତ୍ରେ ହିଁ ରଚିଛନ୍ତି ଇତିହାସ । ଏହାପୂର୍ବରୁ ମନୁ ଭାକର ଏବଂ ସରବଜିତ ସିଂଙ୍କ ଜିତିଥିଲେ ବ୍ରୋଞ୍ଜ ପଦକ ।