ଅଲ୍ଲୁ ଅର୍ଜୁନଙ୍କ ବିରୋଧରେ ଚାର୍ଜସିଟ୍
ହାଇଦ୍ରାବାଦ ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ଚାର୍ଜସିଟ୍ ଦାଖଲ। ଶହେ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ହାଇଦ୍ରାବାଦ ପୋଲିସ। ଚାର୍ଜସିଟ୍ରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ଅଛି। ୧୧ ନମ୍ବର ଅଭିଯୁକ୍ତ ଭାବେ ଚାର୍ଜଶିଟ୍ରେ ଅଲ୍ଲୁ ଅର୍ଜୁନଙ୍କ ନାଁ ରହିଛି। ଏଥିସହିତ ତାଙ୍କ ମ୍ୟାନେଜରଙ୍କ ବିରୋଧରେ ମଧ୍ୟ ଚାର୍ଜଶିଟ୍ ଦାଖଲ ହୋଇଛି। ସନ୍ଧ୍ୟା ଥିଏଟର ପରିଚାଳନା ସଂସ୍ଥାକୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଯାଇଛି।ତାଙ୍କ ବ୍ୟକ୍ତିଗତ କର୍ମଚାରୀ, ସୁରକ୍ଷା ଦଳ ଏବଂ ଚଳଚ୍ଚିତ୍ର ପ୍ରଯୋଜନା ସଂସ୍ଥାର ପ୍ରତିନିଧିମାନଙ୍କୁ ମଧ୍ୟ ଅଭିଯୁକ୍ତ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ସୂଚନାଯୋଗ୍ୟ, ୨୦୨୪ ଡିସେମ୍ବର ୫ ତାରିଖରେ ପୁଷ୍ପା ୨ ରିଲିଜ୍ ହୋଇଥିବା ବେଳେ ଏହାର ପୂର୍ବଦିନ ଅର୍ଥାତ୍ ୪ ତାରିଖରେ ପୁଷ୍ପା ଟୁ ସ୍ପେଶାଲ୍ ସ୍କ୍ରିନିଂରେ ହାଇଦ୍ରାବାଦ୍ ସଂଧ୍ୟା ଥିଏଟର୍ ଯାଇଥିଲେ ଅଲ୍ଲୁ । ତାଙ୍କୁ ଦେଖିବାକୁ ଆସିଥିବା ଲୋକଙ୍କ ମଧ୍ୟରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହେବାରୁ ସେମାନଙ୍କ ଭିତରୁ ଜଣେ ୩୫ ବର୍ଷିୟା ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅଙ୍କ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା। ଏହି ଘଟଣାକୁ ନେଇ ଅଲ୍ଲୁଙ୍କୁ ଗିରଫ କରାଯାଇଥିବା ବେଳେ ହାଇକୋର୍ଟଙ୍କ ଜାମିନ୍ ପରେ ବାହାରିଥିଲେ।
