ଅସ୍ତରଙ୍ଗ ସମୁଦ୍ରରେ ଭାସୁଛନ୍ତି ଶହ ଶହ ସଂଖ୍ୟାରେ ମୃତ ଜେଲି ଫିସ୍
ଅସ୍ତରଙ୍ଗ ସମୁଦ୍ରରେ ଭାସୁଛନ୍ତି ଶହ ଶହ ସଂଖ୍ୟାରେ ମୃତ ଜେଲି ଫିସ୍ । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଛି । ସମୁଦ୍ର ପାଣି ଗୋଳିଆ ଦେଖାଯାଉଥିବା ବେଳେ ଜେଲିଫିସ୍ ଗୁଡ଼ିକ ମରି ସମୁଦ୍ର କୂଳରେ ଲାଗିଛନ୍ତି । ସମୁଦ୍ର ଅଶାନ୍ତ ଥିବାରୁ ବଡ଼ ଜୁଆରରେ ଜେଲି ଫିସ୍ ଭାସି ଆସିଛନ୍ତି । ବ୍ଲୁ ବଟମ୍ ଜେଲି ଫିସ୍ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମିଛି ।ଅନ୍ୟପଟେ ସୁରକ୍ଷା ଦୃଷ୍ଟିରୁ ଲାଇଫ ଗାର୍ଡ଼ମାନେ ସମୁଦ୍ରକୁ ନଯିବାକୁ ପର୍ଯ୍ୟଟକଙ୍କୁ ବାରଣ କରୁଛନ୍ତି । ଏବେ ସୁଦ୍ଧା ମୌସୁମୀ ଅଗ୍ରସରଠାରୁ ଆରମ୍ଭ କରି ୧୬ଟି ଲଘୁଚାପ ଓଡ଼ିଶାକୁ ପ୍ରଭାବିତ କରିଥିବା ସୂଚନା ମିଳିଛି ।
