ଆଇଏଏସ୍‌ ଅଧିକାରୀ ରହିବେ ନାହିଁ ପୂଜା ଖେଡ୍‌କର

ଠକେଇ ଏବଂ ଜାଲିଆତି ବଳରେ ଚାକିରି କରି ବିବାଦ ଘେରକୁ ଆସିଥିବା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ (ଆଇଏଏସ) ପୂଜା ଖେଡକରଙ୍କ ବିରୋଧରେ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୟୁପିଏସ୍‌ସି ପୂଜାଙ୍କୁ ଭବିଷ୍ୟତରେ କୌଣସି ପରୀକ୍ଷା କିମ୍ବା ଚୟନରେ ହାଜର ହେବାରେ ବି ରୋକ୍‌ ଲଗାଇଛି। ଏହା ବ୍ୟତୀତ ଆୟୋଗ ଦ୍ୱାରା ସିଏସ୍‌ଇ-୨୦୨୨ ପାଇଁ ତାଙ୍କର ପ୍ରାର୍ଥିପତ୍ର ବାତିଲ କରାଯାଇଛି।

ୟୁପିଏସ୍‌ସି କହିଛି ଯେ, ସମସ୍ତ ରେକର୍ଡ ଯାଞ୍ଚ କରିବା ପରେ ପୂଜା ସିଏସ୍‌ଇ-୨୦୨୨ ନିୟମ ଉଲ୍ଲଂଘନ କରିଛନ୍ତି। କମିଶନ ଗତ ୧୫ ବର୍ଷର ସିଏସ୍‌ଇର ତଥ୍ୟ ସମୀକ୍ଷା କରିଥିଲେ, ଯେଉଁଥିରେ ୧୫ ହଜାରରୁ ଅଧିକ ପ୍ରାର୍ଥୀ ଅନ୍ତର୍ଭୁକ୍ତ ହୋଇଥିଲେ।ପୂଜା କେବଳ ତାଙ୍କ ନିଜ ନାମ ବଦଳାଇ ଧାର୍ଯ୍ୟ ସୀମାଠାରୁ ଅଧିକ ଥର ପରୀକ୍ଷା ଦେଇନାହାନ୍ତି, ବରଂ ନିଜ ଅଭିଭାବକଙ୍କ ନାମ ମଧ୍ୟ ବଦଳାଇଛନ୍ତି। ଏଭଳି ଜାଲିଆତିକୁ ରୋକାଯିବା ଲାଗି ମାନକ ପରିଚାଳନା ପଦ୍ଧତି(ଏସଓପି)କୁ ଆହୁରି କଠୋର କରାଯିବ ବୋଲି ୟୁପିଏସସି ପକ୍ଷରୁ କୁହାଯାଇଛି।

You might also like