ଆଇଏଏସ୍‌ ସ୍ତରରେ ଅଦଳବଦଳ

ରାଜ୍ୟ ସରକାର ଆଇଏଏସ୍‌ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ପକ୍ଷରୁ ବିଜ୍ଞପ୍ତି ଜାରି କରଯାଇଛି।ବରିଷ୍ଠ ଆଇଏଏସ୍ ଗିରିଶ ଏସ୍‌.ଏନ୍‌ଙ୍କୁ ମିଶନ ଶକ୍ତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।ଏନ୍‌.ଥିରୁମାଲା ନାଏକଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ନିଯୁକ୍ତ କରାଯାଇଛି । ମାନସୀ ନିମ୍ଭାଲଙ୍କୁ ଉଠା ଜଳସେଚନ ନିଗମର ଏମ୍‌ଡି ଦାୟିତ୍ୱ ଦିଆଯାଇଛି । ଜଳ ସମ୍ପଦ ବିଭାଗର ଅତିରିକ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ସୁରେନ୍ଦ୍ର କୁମାର ମୀନା ST/SC ବିକାଶ, ସଂଖ୍ୟାଲୁଘ ଓ ପଛୁଆ ବର୍ଗ ବିଭାଗର ଅତିରିକ୍ତ ସଚିବ ହୋଇଛନ୍ତି ।

ଶୁଭଶ୍ରୀ ନନ୍ଦଙ୍କୁ ଯୋଜନା ଓ ସଂଯୋଜନା ବିଭାଗର ଅତିରିକ୍ତ ସଚିବ ନିଯୁକ୍ତ କରାଯାଇଛି । ଚଞ୍ଚଲ ରାଣା ବିଏମ୍‌ସି କମିଶନର ଦାୟିତ୍ୱରେ ଥାଇ ବିଡିଏ ଉପାଧ୍ୟକ୍ଷ ଓ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ର ଏମ୍‌ଡି ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ପ୍ରେମଜିତ୍ ନାୟକ ST ବିଭାଗର ନିର୍ଦ୍ଦେଶକ, ଦୀପଙ୍କର ମହାପାତ୍ର ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ହୋଇଛନ୍ତି । ପ୍ରଣତି ଛୋଟରାୟ ଗୃହ ବିଭାଗର ଅତିରିକ୍ତ ସଚିବ ଭାବେ ନୂଆ ନିଯୁକ୍ତ ଦେଇଛନ୍ତି ରାଜ୍ୟ ସରକାର । ସେହିପରି ନିବେଦିତା ପୃଷ୍ଟି ବୟନିକାର ଏମ୍‌ଡି, ମଧୁସ୍ମିତା ସାମଲ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ସଚିବ ନିଯୁକ୍ତ ଓ ସଞ୍ଜୟ ବିଶ୍ବାଳଙ୍କୁ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଦାୟିତ୍ବ ଦେଇଛନ୍ତି ସରକାର ।