‘ଆଇଏଚଜି’ ନାଁରେ ଏକ ନକଲି ୱେବ୍‌ସାଇଟ୍‌ ଜରିଆରେ କୋଟିଏ ଟଙ୍କା ଠକେଇ

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ ବଡ଼ଧରଣର ଅନ୍‌ଲାଇନ୍‌ ଠକେଇ ସାମନାକୁ ଆସିଛି।‘ଆଇଏଚଜି’ ନାଁରେ ଏକ ନକଲି ୱେବ୍‌ସାଇଟ୍‌ ଜରିଆରେ ଏହି ଠକେଇ ହୋଇଥିବା ଚର୍ଚ୍ଚା ହେଉଛି। ଏକ ଠକ କମ୍ପାନି ‘ଆଇଏଚଜି’ ନାମରେ ନକଲି ଏକ ୱେବ୍‌ସାଇଟ୍‌ ଖୋଲି କାରବାର ଆରମ୍ଭ କରିଥିଲା। ବେଙ୍ଗାଲୁରୁର ଜଣେ ଯୁବକଙ୍କ ଜରିଆରେ ଓଡ଼ିଶାର କିଛି ଯୁବକ ପ୍ରଥମେ ଏହି ସାଇଟ୍‌ର ପ୍ରଚାର ଆରମ୍ଭ କରିଥିଲେ। ତାଙ୍କଠାରୁ ଏହି ଅଞ୍ଚଳକୁ ଚେନ୍‌ ମାର୍କେଟିଂ ଭଳି ବ୍ୟାପି ଯାଇଥିଲା। ହ୍ୱାଟସ୍‌ଆପ୍‌ ଏବଂ ଅନ୍ୟ ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମରେ ବ୍ୟାପକ ଭାବେ ପ୍ରଚାରିତ ହେବା ସହ ମାସ କେଇଟା ଭିତ‌ରେ ସହରର ହଜାର ହଜାର ଲୋକ ଏଥିରେ ଯୋଡ଼ି ହୋଇଥିଲେ।ସାଇବର୍‌ ଠକମାନେ ମୋବାଇଲ୍‌ରୁ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଚୋରି କରି ଡାର୍କୱେବ୍‌ରେ ବିକ୍ରି କରି ଦେଇଥିବା ଆଶଙ୍କା କରାଯାଉଛି। ଠକାମୀରେ ଶିକାର ହୋଇଥିଲେ ମଧ୍ୟ ପୁଲିସ କିମ୍ବା ସାଇବର ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇଥିବା ସୂଚନା ମିଳିଛି।