ଆଇନଜୀବୀ ପୀତବାସ ହତ୍ୟା ମାମଲାରେ ୪ଜଣଙ୍କୁ ବିହାରରୁ କାବୁ କରିଛି ପୁଲିସ

ଆଇନଜୀବୀ ପୀତବାସ ହତ୍ୟା ମାମଲାରେ ୪ଜଣଙ୍କୁ ବିହାରରୁ କାବୁ କରିଛି ପୁଲିସ । ଆଉ ୪ଜଣଙ୍କୁ ଦିଲ୍ଲୀ ଓ ପଶ୍ଚିମବଙ୍ଗରୁ ଧରିଥିବା ସୂଚନା ମିଳିଛି । ପୂର୍ବରୁ ୨ ବିହାରୀ ଯୁବକଙ୍କ ସହ ଜଣେ ସ୍ଥାନୀୟ ଯୁବକଙ୍କୁ ପୁଲିସ ଉଠାଇ ଆଣିଛି । ମୋଟାମୋଟି ଏହି ମାମଲାରେ ଏଯାବତ୍ ୧୧ ଜଣଙ୍କୁ ପୁଲିସ କବଜାକୁ ନେଲାଣି । ଗତ ୬ ତାରିଖ ରାତି ପ୍ରାୟ ଦଶଟାରେ ବାଇକରେ ଦୁଇ ଦୁର୍ବୃତ୍ତ ଆସି ପୀତବାସ ପଣ୍ଡାଙ୍କୁ ତାଙ୍କ ଘର ନିକଟରେ ଗୁଳି ମାଡ଼ କରି ହତ୍ୟା କରିଥିଲେ । ହତ୍ୟାକାଣ୍ଡକୁ ରୂପ ଦେବା ପୂର୍ବରୁ ବିହାର ରୁ ଅପରାଧୀ ମାନେ ଆସି ପୀତବାସଙ୍କ ଘର ଦେଖିଥିଲେ ଏବଂ କେଉଁଠି ଗୁଳି ଫୁଟାଇଲେ ସାକ୍ଷ୍ୟ ପ୍ରମାଣ ନ ଛାଡି ସହଜ ରେ ଖସି ଯାଇ ପାରିବେ । ସେମାନେ ପ୍ରାୟ ୧୫ ଦିନ ଧରି ଘଟଣା ସ୍ଥଳରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ଥିବା ବ୍ରହ୍ମପୁର ସହର ଏକ ଭଡା ଘରେ ରହୁଥିଲେ ।

ସାଥିରେ ସେମାନେ ବିହାରର ଅପରାଧ ଦୁନିଆରେ ବ୍ୟବହୃତ କାଟା ବନ୍ଧୁକ ସାଥିରେ ଆଣିଥିଲେ ଏବଂ ସେଥିରୁ ହିଁ ଗୁଳି ଫୁଟାଇଥିଲେ । ତେବେ ଗୋଟିଏ ସୂତ୍ରରୁ ମୁଖ୍ୟ ଅଭିଯୁକ୍ତ ତଥା ସାର୍ପ ସୁଟର ଧରା ପଡ଼ିଥିବା ଜଣା ପଡ଼ିଥିବା ବେଳେ ଆଉ ଏକ ସୂତ୍ରରୁ ତାର ସହଯୋଗୀ ସବୁ ଧରା ପଡିଛନ୍ତି ବୋଲି ଜଣା ପଡୁଛି । ତେବେ ଏହାରି ଭିତରେ ପୁଲିସ ହାତରେ ଲାଗିଛି ଆଉ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ। ୟୁପିଆଇ ମାଧ୍ୟମରେ ଟଙ୍କା କାରବାର ହୋଇଥିବା ପୁଲିସ ଜାଣିବାକୁ ପାଇଛି । ଆଉ ଏହି ୟୁପିଆଇ ଟ୍ରାଞ୍ଜାକ୍ସନ ପୁଲିସକୁ ବିହାର ଲିଙ୍କ ଧରାଇଥିବା ଚର୍ଚ୍ଚା ହେଉଛି । ବିହାରର ଜଣେ ବ୍ୟକ୍ତି ବ୍ରହ୍ମପୁରର ରିଚାର୍ଜ ଦୋକାନରୁ ଘରକୁ ୯୫୦୦ ଟଙ୍କା ପଠାଇଥିଲେ । ଯାହା ପୀତବାସ ମର୍ଡର ମିଷ୍ଟ୍ରି ପଛରେ ଥିବା ବଡ଼ ଷଡ଼ଯନ୍ତ୍ରକୁ ଧରା ପକାଇ ଦେଇଛି ।