ଆଇନଜୀବୀ ପୀତବାସ ହତ୍ୟା ମାମଲା, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜେରା
ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କୁ ପଚରାଉଚରା । ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ଜ଼ିଲ୍ଲା ସଭାପତି ବିକ୍ରମ ପଣ୍ଡାଙ୍କୁ ପୋଲିସ ତାଙ୍କ ଘରୁ ଉଠାଇ ନେଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ଅନ୍ୟ ଥାନା ଅଧିକାରୀଙ୍କ ସହ ନିଜେ ଏସପି ଆସି ତାଙ୍କୁ ଡାକି ନେଇଥିବା ସୂଚନା । ବିଳମ୍ବିତ ରାତି ଯାଏଁ ତାଙ୍କୁ ଜେରା କରାଯାଇଛି । ଏହି ମାମଲାରେ ପୂର୍ବରୁ ଜଣେ କର୍ପୋରେଟର ଓ ବରିଷ୍ଠ ନେତାଙ୍କୁ ପୁଲିସ ଅଟକ ରଖିଛି । ହେଲେ ହାଇପ୍ରୋଫାଇଲ ହତ୍ୟାକାଣ୍ଡର ରହସ୍ୟ ଭେଦି ପାରିନି ପୁଲିସ । ଏହାରି ଭିତରେ ପୂର୍ବତନ ବିଧାୟକ ଶ୍ରୀ ପଣ୍ଡାଙ୍କୁ ପୁଲିସର ପଚରାଉଚୁରା ଚର୍ଚ୍ଚାର ବିଷୟ ହୋଇଛି । ଅନ୍ୟପଟେ ପୋଲିସ୍ ଘଟଣାରେ ବ୍ୟବହୃତ ହୋଇଥିବା ଅସ୍ତ୍ରକୁ ପୁରୀ ସମୁଦ୍ର ବେଳାଭୂମିର ବାଲି ତଳୁ ଉଦ୍ଧାର କରିଥିବା ସୂଚନା ମିଳିଛି।
