ଆଇନଜୀବୀ ପୀତବାସ ହତ୍ୟା ମାମଲା: କୋର୍ଟରେ ହାଜର ହେଲେ ବିକ୍ରମଙ୍କ ସମେତ ୧୫ ଅଭିଯୁକ୍ତ
ପୀତବାସ ପଣ୍ଡା ହତ୍ୟା ମାମଲାର ଶୁଣାଣି ଥିବାରୁ ବିକ୍ରମ ପଣ୍ଡା ସମେତ ୧୫ ଅଭିଯୁକ୍ତ ହାଜର ହୋଇଛନ୍ତି। ଅଭିଯୁକ୍ତ ମଦନ ଦଳାଇଙ୍କ ସ୍ୱାସ୍ଥ୍ୟ ଭଲ ନଥିବାରୁ ହାଜର ହୋଇ ନାହାନ୍ତି। କଡା ସୁରକ୍ଷା ଭିତରେ ହାଜର କଲା ବ୍ରହ୍ମପୁର ପୋଲିସ। ଗତ ବର୍ଷ ଅକ୍ଟୋବର ୬ ତାରିଖ ରାତିରେ ପୀତବାସ ପଣ୍ଡାଙ୍କୁ ବ୍ରହ୍ମପୁର ବୈକୁଣ୍ଠନଗର ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା।ଆସନ୍ତା ୬ତାରିଖରେ ହାଜର ହେବେ ସମସ୍ତେ। ଏହି ହତ୍ୟା ମାମଲା ଗତ ୧୯ ତାରିଖରେ SDJM କୋର୍ଟରୁ ଜିଲ୍ଲା ଦୌରାଜଜ କୋର୍ଟକୁ ଯାଇଥିଲା । କୋର୍ଟ ପ୍ରକ୍ରିୟାରେ ସମସ୍ତ ଅଭିଯୁକ୍ତ ଜେଲରେ ଥାଇ VC ଯୋଗେ ଯୋଡି ହୋଇଥିଲେ ।
ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ବିକ୍ରମ ପଣ୍ଡା, ମଳୟ ବିଷୋୟୀ ,ସୁନୀଲ କୁମାର ହୋତା, ବିପିନ ସ୍ୱାଇଁ, ସୀମାଞ୍ଚଳ ନାଇକ, କୁନ୍ଦନ କୁମାର ,ଶିଶୁପାଳ କୁମାର ପାଶୱାନ,କୁରୁପତି ଭୂୟାଁ ,ଚିଣ୍ଟୁ ପ୍ରଧାନ ଏବଂ ଫୁଲବାଣୀ ଜେଲରେ ଥିବା ଅନ୍ୟତମ ଅଭିଯୁକ୍ତ ଶିବ ଶଙ୍କର ଦାସ ଆଜି ବ୍ରହ୍ମପୁର ଜିଲ୍ଲା କୋର୍ଟରେ ହାଜର ହୋଇଛନ୍ତି। କିଛି ଦିନ ତଳେ ଏସଡିଜେଏମ ଅଦାଲତରେ ଏହି ମାମଲାର କମିଟମେଣ୍ଟ ହୋଇ ମାମଲାଟି ଜିଲା ଅଦାଲତକୁ ଆସିଥିଲା ।
