ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା ; ନୂଆ ରୂପ ପାଇବ ଲୋକସେବା ଭବନ
ନୂଆ ରୂପ ପାଇବ ଲୋକସେବା ଭବନ। ସମ୍ପୂର୍ଣ୍ଣ ଲୋକସେବା ଭବନର ହେବ ପୁନଃବିନ୍ୟାସ । ଏନେଇ ଡିପିଆର ପ୍ରସ୍ତୁତ ହୋଇସାରିଛି । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି । ଚଳିତ ବର୍ଷ ଶେଷ ସୁଦ୍ଧା ପୂରା ଲୋକସେବା ଭବନ ପୁନଃବିନ୍ୟାସ କାର୍ଯ୍ୟ ଆରମ୍ଭ ହେବ । ଏହି ସୂଚନା ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।ଏହି ନବୀକରଣ ଯୋଜନାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ଅତ୍ୟାଧୁନିକ ଅଣ୍ଡରଗ୍ରାଉଣ୍ଡ ପାର୍କିଂ ବ୍ୟବସ୍ଥା । ଲୋକସେବା ଭବନ ପରିସରରେ ଗାଡ଼ି ପାର୍କିଂ ସମସ୍ୟାର ସମାଧାନ ପାଇଁ ବେସମେଣ୍ଟରେ ତଳକୁ ତଳ ତିନି ମହଲା ବିଶିଷ୍ଟ ସ୍ମାର୍ଟ ପାର୍କିଂ ନିର୍ମାଣ କରାଯିବ । ଏହି ପାର୍କିଂ ସ୍ଥଳରେ ଏକସଙ୍ଗେ ୫୭୩ଟି କାର୍ ରହିବା ଭଳି ବ୍ୟବସ୍ଥା କରାଯାଉଛି । ଏହାର ବିଶେଷତ୍ୱ ହେଉଛି, ଏଠାରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ବ୍ୟବହାର କରାଯିବ, ଯାହା ଗାଡ଼ିର ନମ୍ବର ପ୍ଲେଟ୍ ଏବଂ ଡ୍ରାଇଭରଙ୍କୁ ସହଜରେ ଚିହ୍ନଟ କରିପାରିବ ।
