ଆଇପିଏଲ ଖେଳିବେ ନାହିଁ ମୁସ୍ତାଫିଜୁର ରହମାନ: କେକେଆରଙ୍କୁ କଡା ନିର୍ଦ୍ଦେଶ ଦେଲା ବିସିସିଆଇ

ଆଇପିଏଲ ୨୦୨୬ ନିଲାମରେ ମୁସ୍ତାଫିଜୁର ରହମାନ ଏକମାତ୍ର ବାଂଲାଦେଶୀ ଖେଳାଳି । ଆଇପିଏଲ୍ ୨୦୨୬ରେ ଅଂଶଗ୍ରହଣ କରିପାରିବେ ନାହିଁ ମୁସ୍ତାଫିଜୁର ରେହମାନ । ବିସିସିଆଇର ସଚିବ ଦେବଜିତ ସାଇକିଆ ଏନେଇ ସ୍ପଷ୍ଟ କରିଛନ୍ତି । ସେ କେକେଆରକୁ କଡ଼ାକଡି ଭାବେ ସ୍ପଷ୍ଟ କରି କହିଛନ୍ତି ଯେ, ତୁରନ୍ତ ବାଂଲାଦେଶୀ କ୍ରିକେଟର ମୁସ୍ତାଫିଜୁର ରହମାନଙ୍କୁ ସେମାନଙ୍କ ଦଳରୁ ରିଲିଜ କରିବାକୁ କହିଛନ୍ତି ।

ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ବିସିସିଆଇ କୋଲକାତା ନାଇଟ୍ ରାଇଡର୍ସକୁ ଏପରି କରିବାକୁ ନିର୍ଦ୍ଦେଶ ଦେଇଛି । ଏହି ସମୟରେ ପ୍ରଶଂସକମାନେ କେକେଆର ସହ-ମାଲିକ ଶାହାରୁଖ ଖାନଙ୍କୁ ମୁସ୍ତାଫିଜୁରଙ୍କୁ ଦଳରରେ ସାମିଲ ନକରିବାକୁ ଅନୁରୋଧ କରିବା ସହ କଡା ସମାଲୋଚନା କରିଥିଲେ। ଏଥିପାଇଁ ଶାହାରୁଖଙ୍କୁ ମଧ୍ୟ ସୋସିଆଲ ମିଡ଼ିଆରେ କଡା ନିନ୍ଦା କରାଯାଇଥିଲା।