ଆଉ ତିନିମାସ ହିତାଧିକାରୀଙ୍କୁ ମିଳିବ ଅତିରିକ୍ତ ୫ କେଜି ଚାଉଳ
ରାଜ୍ୟର ରାସନ କାର୍ଡଧାରୀମାନଙ୍କୁ ସରକାର ଅତିରିକ୍ତ ଭାବେ ଅଧିକ ୫ କେଜି ଚାଉଳ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ, ସେପ୍ଟେମ୍ବର, ଅକ୍ଟୋବର ଓ ନଭେମ୍ବର ୨୦୨୫ ମାସ ପାଇଁ ରାସନ କାର୍ଡଧାରୀଙ୍କୁ ମାସିକ ଅଧିକ ୫ କେଜି ସୁଦୃଢ଼ (Fortified) ଚାଉଳ ମାଗଣାରେ ବଣ୍ଟନ କରାଯିବ। ଏ ନେଇ ଯୋଗାଣ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି।ଅନୁଗୁଳ, ବାଲେଶ୍ବର, ବରଗଡ଼, ଭଦ୍ରକ, କଟକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, ମୟୂରଭଞ୍ଜ, ଭଞ୍ଜ, ନୟାଗଡ଼, ପୁରୀ, ସମ୍ବଲପୁର, ସୁନ୍ଦରଗଡ଼ ପ୍ରମୁଖ ଜିଲ୍ଲାରେ ପରିବାର ପିଛା ଏହି ଅତିରିକ୍ତ ୫ କେଜି ଚାଉଳ ମିଳିବ । ଏହି ଅତିରିକ୍ତ ଚାଉଳ ପୂର୍ବ ଭଳି ଆଧାର ସଂଯୁକ୍ତ ହିତାଧିକାରୀଙ୍କୁ ହିଁ ମିଳିବ । ଏହି ଯୋଜନା ଦ୍ଵାରା ୧୯ ଟି ଜିଲ୍ଲାର ୭୦.୪୭ ଲକ୍ଷରୁ ଅଧିକ ପରିବାର ଉପକୃତ ହେବେ । ଜିଲ୍ଲାପାଳମାନେ ବୈଧ ଲାଇସେନ୍ସ ଥିବା ଉଚିତ ମୂଲ୍ୟ ଦୋକାନଗୁଡ଼ିକୁ (FPS) ଚାଉଳ ମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ବଣ୍ଟନ ତଥ୍ୟର ସମୟାନୁସାରେ e-PoS ସର୍ଭର ସହିତ ସିଙ୍କ୍ରୋନାଇଜେସନ୍ ସୁନିଶ୍ଚିତ କରିବାକୁ କୁହାଯାଇଛି।
