ଆଉ ନାହାନ୍ତି ଲୋକପ୍ରିୟ ଫିଲ୍ମ ନିର୍ମାତା କୁମାର ଶାହାନୀ

ଚଳଚ୍ଚିତ୍ର ନିର୍ମାତା କୁମାର ସାହନିଙ୍କର ୮୩ ବର୍ଷ ବୟସରେ ଦେହାନ୍ତ ହୋଇଛି। ସାହନିଙ୍କ ଘନିଷ୍ଠ ବନ୍ଧୁ ତଥା ଅଭିନେତ୍ରୀ ମୀତା ବଶିଷ୍ଠ କହିଛନ୍ତି ଯେ ଶନିବାର ରାତିରେ କୋଲକାତାର ଏକ ଡାକ୍ତରଖାନାରେ ନିର୍ଦ୍ଦେଶକଙ୍କର ମୃତ୍ୟୁ ଘଟିଛି।ଭାରତୀୟ ସମାନ୍ତରାଳ ସିନେମାର ଏକ ବଡ଼ ବ୍ୟକ୍ତିତ୍ୱ କୁମାର ସାହନିଙ୍କ ଦେହାନ୍ତ ହେତୁ ବଲିଉଡରେ ଶୋକର ଲହରୀ ଖେଳିଯାଇଛି। କୁମାର ସାହନି ‘ମାୟା ଦର୍ପନ’, ‘ଚାର ଅଧ୍ୟାୟ’ ଏବଂ ‘କସବା’ ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ।କୁମାର ଶାହାନୀ ଜଣେ ଉଜ୍ଜ୍ୱଳ ନିର୍ଦ୍ଦେଶକ ଥିଲେ।

ସେ ପୁଣେ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (FTII) ରୁ ଅଧ୍ୟୟନ କରିଥିଲେ। ଅଧ୍ୟୟନ ସମୟରେ ମଧ୍ୟ ସେ ସର୍ବଦା ତାଙ୍କ ଶିକ୍ଷକଙ୍କ ପ୍ରିୟ ଥିଲେ। ଚଳଚ୍ଚିତ୍ର ‘ମାୟା ଦର୍ପନ୍’ ପାଇଁ ବେଷ୍ଟ ଫିଚର୍ସ ଫିଲ୍ମ ବର୍ଗରେ କୁମାର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଏହା ବ୍ୟତୀତ ସେ ଅନେକ ଶ୍ରେଷ୍ଠ ଚଳଚ୍ଚିତ୍ର ଦେଇଛନ୍ତି। ଜାତୀୟ ପୁରସ୍କାର ବ୍ୟତୀତ କୁମାର ତାଙ୍କ ନାମରେ ୩ ଟି ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଛନ୍ତି ।