ଆଉ ବଢିବନି ଡେଡ୍ ଲାଇନ । ମାଗଣା ଚାଉଳରୁ କଟିବେ ୧୬ ଲକ୍ଷ ହିତାଧିକାରୀ
ସେପ୍ଟେମ୍ବର ୩୦ ତାରିଖ E-KYCର କରିବାର ଶେଷ ତାରିଖ । ଏହି ଅବଧି ଭିତରେ E-KYC ନକଲେ ହିତାଧିକାରୀଙ୍କୁ ମିଳବନି ମାଗଣା ଚାଉଳ । ବାରମ୍ବାର ଡେଡଲାଇନ୍ ପରିବର୍ତ୍ତନ ପରେ ବି ଏବେ ସୁଦ୍ଧା ୧୬ ଲକ୍ଷ ୩୬ ହଜାର ହିତାଧିକାରୀ ଇ-କେୱାଇସି କରିନାହାନ୍ତି । ତେବେ ଆଉ ଡେଡଲାଇନ୍ ଅବଧି ବଢାଯିବନି ବୋଲି ମନ୍ତ୍ରୀ କହିଛନ୍ତି । ମାଗଣା ଚାଉଳରୁ କଟିବେ ୧୬ ଲକ୍ଷ ହିତାଧିକାରୀ। ତେବେ ଗଂଜାମରୁ ୧ ଲକ୍ଷ ୬୪ ହଜାର, କଟକରୁ ୯୧ ହଜାର, ମୟୁରଭଞ୍ଜରୁ ୮୭ ହଜାର, ବଲାଙ୍ଗିରରୁ ୮୩ ହଜାର, ବାଲେଶ୍ବରରୁ ୮୩ ହଜାର ଓ କଳାହାଣ୍ଡିରୁ ୮୨ ହଜାର ଲୋକ ତାଲିକାରୁ ବାଦ ପଡିବାକୁ ଯାଉଛନ୍ତି । ସେହିପରି ଦେବଗଡରୁ ସର୍ବନିମ୍ନ ୧୦ ହଜାର ଲୋକ ଇ- କେୱାଇସି କରି ନାହାନ୍ତି । ଇ- କେୱାଇସି ଅବଧି ରାଜ୍ୟ ସରକାର ଆଉ ବଢିବ ନାହିଁ ବୋଲି ସ୍ପଷ୍ଟ କହିଛନ୍ତି ଯୋଗାଣ ମନ୍ତ୍ରୀ ।ଅନେକ ଯୋଗ୍ୟ ହିତାଧିକାରୀ ନିଜର ଇ-କେୱାଇସି କରି ନ ଥିବା ସାମ୍ନାକୁ ଆସିଛି । ତେଣୁ ସରକାର ଅବଧି ବଢାଇବାକୁ ସେମାନେ ଦାବି କରିଛନ୍ତି । ସେପଟେ ଇ- କେୱାଇସି କରିବାରେ ଅନେକ ସମସ୍ୟା ହେଉଥିବା ଅଭିଯୋଗ ଆଣିଛି ଡିଲର ଆସୋସିଏସନ । ନେଟୱାର୍କ ସମସ୍ୟାକୁ ମୁଖ୍ୟତଃ ଦାୟୀ କରିଛନ୍ତି । ଏହାସହ ଛୋଟ ପିଲା ଓ ବୟସ୍କ ବର୍ଗଙ୍କ ଫିଙ୍ଗର ପ୍ରିଣ୍ଟ ସମସ୍ୟାକୁ ସମାଧାନ ପାଇଁ ଦାବି ହୋଇଛି । ଯେମିତି ଯୋଗ୍ୟ ହିତାଧିକାରୀ ବାଦ ନ ପଡନ୍ତି ସରକାର ତା ଉପରେ ନଜର ଦେବା ଆବଶ୍ୟକ ବୋଲି କହିଛି ଡିଲର ସଂଘ।
