ଆଉ ଭୋଟର ତାଲିକାରେ କେହି କରିପାରିବେନି ହେରଫେର; ‘ଇ-ସାଇନ’ ସିଷ୍ଟମ୍ ଲଞ୍ଚ କଲେ ନିର୍ବାଚନ କମିଶନ

ନିର୍ବାଚନ ଆୟୋଗ ନିଜର ୱେବସାଇଟ ଓ ଆପରେ ନୂଆ ଇ- ସାଇନ୍ ଫିଚର ଆରମ୍ଭ କରିଛନ୍ତି । ଏହି କ୍ରମରେ ଏବେ ଭୋଟର ପଞ୍ଜିକରଣ, ନାମ କାଟିବା ବା ପରିବର୍ତ୍ତନ କରିବା ପାଇଁ ଆବେଦନ କରୁଥିବା ଲୋକଙ୍କ ପରିଚୟ, ଆଧାର ସହିତ ଲିଙ୍କ୍ ମୋବାଇଲ ନମ୍ବର ମାଧ୍ୟମରେ ଆବେଦନ କରିବାକୁ ପଡ଼ିବ । ପୂର୍ବରୁ, ଆବେଦନକାରୀମାନେ କୌଣସି ଯାଞ୍ଚ ବିନା ଫର୍ମ ଦାଖଲ କରୁଥିଲେ ଯାହା ପରିଚୟ ପତ୍ରର ଅପବ୍ୟବହାରର ବିପଦ ସୃଷ୍ଟି କରୁଥିଲା । ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ, ଜଣେ ବ୍ୟକ୍ତି ECINET ପୋର୍ଟାଲରେ ଫର୍ମ ୬ (ନୂତନ ପଞ୍ଜୀକରଣ ପାଇଁ), ଫର୍ମ ୭ (ଡିଲିଟ କରିବା ପାଇଁ), କିମ୍ବା ଫର୍ମ ୮ (ସଂଶୋଧନ ପାଇଁ) ପୂରଣ କରିବେ ।ଆଧାର ନମ୍ବର ଦେବା ପରେ, ସେଥିରେ ଲିଙ୍କ ଥିବା ଫୋନ୍ ନମ୍ବରକୁ ଏକ ଓଟିପି ଆସିବ । ଓଟିପି ନମ୍ବର ଦେଇ ସହମତି ପ୍ରକାଶ କଲେ ତାହା ଭେରିଫିକେସନ ହେବ । ଏହି ପ୍ରକ୍ରିୟା ନକଲି ଆବେଦନ ରୋକିବାରେ ସାହାଯ୍ୟ କରିବ ।ଏହି ନିଷ୍ପତ୍ତି ଏଭଳି ସମୟରେ ନିଆଯାଇଛି । ଯେତେବେଳେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କର୍ଣ୍ଣାଟକର ଆଲନ୍ଦା ଆସନରେ ଉପରେ ଅନଲାଇନ ଭୋଟର ଡିଲିସନ ଫର୍ମର ଦୂରୋପଯୋଗ ହୋଇଥିବା ଅଭିଯୋଗ ଆଣିଥିଲେ । ଏହାକୁ ରାହୁଲ ଗାନ୍ଧୀ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଏକ ଷଡଯନ୍ତ୍ର ବୋଲି କୁହାଯାଇଥିଲା ।

ପ୍ରଥମେ ଆବେଦକ ନିର୍ବାଚନ ଆୟୋଗଙ୍କ ୱେବସାଇଟକୁ ଯାଇ ନିଜର ଏପିକ୍ ନମ୍ବର ସହ ମୋବାଇଲ ନମ୍ବର ଯୋଡି ଫର୍ମ ଦାଖଲ କରୁଥିଲେ । ତେଣୁ ଜଣାପଡୁନଥିଲା ବାସ୍ତବରେ ମତଦାତା ନିଜେ ଆବେଦନ କରୁଛନ୍ତି କି, ଅନ୍ୟ କେହି ।