ଆକାଶ ଦାସଙ୍କ ପାଇଁ ପ୍ରଚାର କରୁଛନ୍ତି ସ୍ତ୍ରୀ ଶୁଭ୍ରଜ୍ୟୋତି

ଅଭିନେତା ଆକାଶ ଦାସ ନାୟକଙ୍କ ପ୍ରଚାର ପାଇଁ ମଇଦାନକୁ ଓହ୍ଲାଲେ ସ୍ତ୍ରୀ। ଭାଜପା ବିଧାୟକ ପ୍ରାର୍ଥୀ ଆକାଶଙ୍କ ପାଇଁ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ସ୍ତ୍ରୀ ଶୁଭ୍ରଜ୍ୟୋତି ଦାସ ନାୟକ। ବ୍ୟାସନଗର ପୌରାଂଚଳରେ ମହିଳା କର୍ମୀଙ୍କ ସହ ଘର ଘର ବୁଲି ଭୋଟ ଭିକ୍ଷା କରିଛନ୍ତି।

କୋରେଇ ଅସ୍ମିତା, ସ୍ୱାଭିମାନ ଓ ସମ୍ନାର କଥା କହି ଆକାଶ ଦାସ ନାୟକଙ୍କ ପାଇଁ ଭୋଟ ମାଗୁଛନ୍ତି ତାଙ୍କ ପତ୍ନୀ।ସୂଚନାଯୋଗ୍ୟ, ଏଥର କୋରେଇ ନିର୍ବାଚନମଣ୍ଡଳୀରେ ଲଢେଇ ଜୋରଦାର ହେବାକୁ ଯାଉଛି। ଭାଜପାରୁ ଆକାଶ ପ୍ରାର୍ଥୀ ହୋଇଥିବାବେଳେ ବିଜେଡିରୁ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମାଆ ସଂଧ୍ୟାରାଣୀ ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଛି।