ଆଗାମୀ ଆକ୍ସନ୍ ଫିଲ୍ମ ‘ସିଂହମ୍ ଏଗେନ’

ବଲିଉଡର ଲେଡି ସୁପରଷ୍ଟାର ଦୀପିକା ପାଦୁକୋନ ତାଙ୍କ ପ୍ରଶଂସକଙ୍କୁ ଏକ ବିଶେଷ ଉପହାର ଦେଇଛନ୍ତି। ଅଭିନେତ୍ରୀ ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ସିଙ୍ଘମ୍‌ ଅଗେନ୍‌ ‘ର ଫାଷ୍ଟ ପୋଷ୍ଟର ସେୟାର କରିଛନ୍ତି।ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଖୁବ୍‌ଶୀଘ୍ର ତାଙ୍କର ଫିଲ୍ମ ‘ସିଙ୍ଘମ୍‌ ଏଗେନ୍‌’ ଆଣୁଛନ୍ତି। କିଛି ସମୟ ପୂର୍ବରୁ ସେ ଏହା ଘୋଷଣା କରିବା ସହ ଶୁଟିଂସେଟ୍‌ରୁ ପୂଜା କରିବା ସମୟରେ ଅନେକ ଫଟୋ ମଧ୍ୟ ଶେୟାର କରିଛନ୍ତି।

ସେବେଠାରୁ ପ୍ରଶଂସକମାନେ ଉତ୍ସାହର ସହିତ ଏହି ଫିଲ୍ମକୁ ଅପେକ୍ଷା କରିଛନ୍ତି।ରୋହିତ ଶେଟ୍ଟୀଙ୍କ ନୂଆ ଫିଲ୍ମରେ ଦୀପିକା ଜଣେ ପୁଲିସ ଅଫିସର ଶକ୍ତି ଶେଟ୍ଟୀଙ୍କ ଭୂମିକାରେ ନଜର ଆସିବେ। ଫିଲ୍ମଟି ଆସନ୍ତା ବର୍ଷ ୧୫ ଅଗଷ୍ଟ ୨୦୨୪ରେ ରିଲିଜ୍‌ ହେବ ବୋଲି କୁହାଯାଉଛି । ଏହି ଫିଲ୍ମରେ ଅଜୟ ଦେବଗନ୍‌, ଦୀପିକାଙ୍କ ବ୍ୟତୀତ ରଣବୀର ସିଂ , ଅକ୍ଷୟ କୁମାର, କରୀନା କପୁର, ଭିକି କୌଶଲ ନଜର ଆସିବେ।

Leave a comment