ଆଗାମୀ ୪ଦିନ କମିବ ଥଣ୍ଡାର ପ୍ରକୋପ

ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ବଢ଼ିଛି। ଫଳରେ ଶୀତ ପ୍ରକୋପ କମିଛି। ଉପକୂଳବର୍ତ୍ତୀ କିଛି ଅଞ୍ଚଳରେ ପାରଦ ୨୦ ଡିଗ୍ରୀ ଛୁଇଁଛି। ମଙ୍ଗଳବାର ଓ ବୁଧବାର ଅଧିକାଂଶ ସ୍ଥାନର ରାତି ତାପମାତ୍ରା ୧୨ରୁ ୧୫ ଡିଗ୍ରୀ ଉପରେ ରହିବ । ଅଧିକ ଶୀତ ଅନୁଭୂତ ହେଉଥିବା କୋରାପୁଟ, ଫୁଲବାଣୀ, ଝାରସୁଗୁଡ଼ା ଓ ରାଉରକେଲାରେ ବି ଥଣ୍ଡା ପ୍ରକୋପ ସାମାନ୍ୟ କମିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।ଆସନ୍ତା ୨୪ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ବିଶେଷକରି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଏବଂ ମାଲକାନଗିରି ଜିଲାର କିଛି ଅଞ୍ଚଳରେ ଝିପିଝିପି ବର୍ଷା ହୋଇପାରେ। ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ତାମିଲନାଡୁ, ପଣ୍ଡିଚେରୀ ଉପକୂଳରେ ସୃଷ୍ଟି ହୋଇଥିବା ବାତ୍ୟା ‘ଡିଟୱା’ ଆଜି ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି ।