ଆଙ୍ଗୁଳି ଫୁଟାଉଛନ୍ତି କି ? ହୋଇପାରେ ଏସବୁ ସମସ୍ୟା

ଡାକ୍ତରଙ୍କ ଅନୁଯାୟୀ, ଆଙ୍ଗୁଠିରେ ଦୁଇଟି ହାଡର ଗଣ୍ଠି ମଧ୍ୟରେ ଏକ ତରଳ ପଦାର୍ଥ ରହିଥାଏ। ଏହା ହାଡ ମଧ୍ୟରେ ତେଲ ଭଳି କାମ କରେ। ଏହା ହେଉଛି ଏକ ଲିଗାମେଣ୍ଟ ସିନୋଭିଆଲ ଫ୍ଲୁଇଡ। ଆଙ୍ଗୁଳି ଫୁଟାଇବା ଦ୍ୱାରା ଆଙ୍ଗୁଠିରେ ଷ୍ଟ୍ରେନ ଏବଂ ଏହା ସହିତ ଲାଗିଥିବା ହାଡରେ ଯନ୍ତ୍ରଣା ସୃଷ୍ଟି ହୋଇଥାଏ। ଯଦି ଆମେ ବାରମ୍ବାର ଆଙ୍ଗୁଳି ଫୁଟାଇବା ଦ୍ୱାରା କେବଳ ଯନ୍ତ୍ରଣା ହୁଏ ନାହିଁ ବରଂ ହାତର ଗଣ୍ଠିରେ ମଧ୍ୟ ଫୁଲିଯାଏ। ଏହା ସହିତ ଆଙ୍ଗୁଠିରେ କଳା ଚିହ୍ନ ମଧ୍ୟ ଦେଖାଯିବା ଆରମ୍ଭ କରେ।

ବୈଜ୍ଞାନିକ ଭାବେ କହିବାକୁ ଗଲେ, ଆଙ୍ଗୁଳି ଫୁଟାଇବା ଦ୍ୱାରା ହାଡ଼ ହାଡ଼ ମଧ୍ୟରୋ ଘର୍ଷଣ ସୃଷ୍ଟି ହୁଏ ଏବଂ ଏହି କାରଣରୁ ଆର୍ଥ୍ରାଇଟିସ ନାମକ ଏକ ସମସ୍ୟା ହେବାର ଆଶଙ୍କା ଥାଏ।ତେବେ ବାରମ୍ବାର ଆଙ୍ଗୁଳି ଫୁଟାଇବା ଦ୍ୱାରା ହାଡରେ ଦୁର୍ବଳତା ଦେଖାଯାଏ ଏବଂ ତା’ପରେ ହାଡ ଭାଙ୍ଗିବାର ଭୟ ଥାଏ। ଏହା ସହିତ ଅନ୍ୟ ପ୍ରକାରର ଅସ୍ଥି ସମ୍ବନ୍ଧୀୟ ସମସ୍ୟା ମଧ୍ୟ ହୋଇପାରେ ।