ଆଜିଠାରୁ ଖୋଲିବ ଭିତରକନିକା

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଅଗଷ୍ଟ ୧ ତାରିଖ ଅର୍ଥାତ ଆଜିଠାରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ଦୀର୍ଘ ଦିନ ପରେ ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।କୁମ୍ଭୀର ବସା ଗଣନା ସହ ପ୍ରଜନନ ଋତୁ ଲାଗି ମେ ୧ରୁ ଜୁଲାଇ ୩୧ ଯାଏଁ ବନ୍ଦ ଥିଲା । ଦୀର୍ଘ ୩ ମାସ ଧରି ବନ୍ଦ ରହିଥିଲା ଭିତରକନିକା ଜାତୀୟ ଉଦ୍ୟାନ lଏଥର ଭିତରକନିକା ଜାତୀୟ ଉଦ୍ୟାନ ଭିତରେ ପର୍ଯ୍ୟଟକମାନେ ପ୍ରାକୃତିକ ସୋନ୍ଦର୍ଯ୍ୟର ମଜା ଉଠାଇବା ପାଇଁ ୱାଚ୍ ଟାୱାର, ସେଲଫି ଜୋନ ସହ ୬୦୦ ମିଟର ସ୍କାଏ ୱାକ୍ ରାସ୍ତା ନିର୍ମାଣ କରାଯାଇଥିବା ବେଳେ, ବେସରକାରୀ ଏଜେନ୍ସି ମାଧ୍ୟମରେ ପ୍ରଥମ କରି ଚାଲିବ ବିଳାସପୂର୍ଣ୍ଣ ବୋଟ୍ । 

କାଠରେ ନିର୍ମିତ ୬୦୦ମିଟର ଲମ୍ବର ଚାଲିବା ରାସ୍ତା ସୁନ୍ଦରୀବନ ମେଟା ନର୍ସରୀରୁ ଆରମ୍ଭ କରି ପର୍ଯ୍ୟଟକମାନଙ୍କ ପାଇଁ ପ୍ରକୃତି ସୌନ୍ଦର୍ଯ୍ୟ ଦେଖିବା ପାଇଁ ଏକ ନିଆରା ସୁଯୋଗ ପ୍ରଦାନ କରିଥାଏ।ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେବଳ ୨୦ ଜଣ ପର୍ଯ୍ୟଟକଙ୍କୁ ଚାଲିବା ରାସ୍ତାରେ ଅନୁମତି ଦିଆଯିବ।