ଆଜିଠୁ ‘ଆମ ଶାସନ ବ୍ୟବସ୍ଥା ଆରମ୍ଭ

ଆଜିଠୁ ‘ଆମ ଶାସନ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି । ବିଜେଡି ସରକାର ଅମଳରେ ଯେପରି ୫ଟି-ମୋ ସରକାର ଚାଲିଥିଲା ସେହିପରି ଢାଞ୍ଚାରେ ଏହି ‘ଆମ ଶାସନ କାର୍ଯ୍ୟକାରୀ ହେବ । ହେଲେ ଏଥିରେ ୫-ଟି ଅଧ୍ୟକ୍ଷ କି ସଚିବ ଭଳି ପଦବି ରହିବେନି । ଯେଉଁ ଅଭିଯୋଗ, ପ୍ରସ୍ତାବ ଆସିବ ତାହା ମୁଖ୍ୟମନ୍ତ୍ରୀ ଓ ପ୍ରଶାସନ ସିଧାସଳଖ ଶୁଣିବେ । ଏଥିରେ ପ୍ରାୟ ୨୦ଟି ବିଭାଗର ୧୫୦ରୁ ଅଧିକ ସେବା ଉପଲବ୍ଧ ହେବ । ଏବେ ୮ଟି ବିଭାଗର ୧୬ଟି ସେବା ଉପଲବ୍ଧ ହେବ । ଯଦି କୌଣସି ଅଧିକାରୀ ଲୋକଙ୍କୁ ସେବା ଯୋଗାଇବାରେ ବିଫଳ ହୋଇଥିବେ, ଖରାପ ବ୍ୟବହାର କରିଥିବେ, ଲାଞ୍ଚ ନେଇ କାମ କରୁଥିବା ନେଇ ଅଭିଯୋଗ ଆସେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।