ଆଜିଠୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍‌,୧୫ ତାରିଖ ଯାଏ ଚାଲିବ ପରୀକ୍ଷା

 ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପରିଚାଳିତ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ । ଜାନୁଆରୀ ୧୫ ତାରିଖ ଯାଏ ପରୀକ୍ଷା ଚାଲିବ ।ଆସନ୍ତା ଫେବ୍ରୁଆରୀ ୧୮ରୁ ମାର୍ଚ୍ଚ ୨୫ ଯାଏ ଯୁକ୍ତ ଦୁଇ ମୁଖ୍ୟ ପରୀକ୍ଷା ହେବ । ତେବେ ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପ୍ରାକ୍ଟିକାଲ ପରୀକ୍ଷା ହେବ । ବିଜ୍ଞାନରେ ଫର୍ମ ପୂରଣ କରିଥିବା ୧ଲକ୍ଷ ୩୨ ହଜାର ପିଲାଙ୍କ ସମେତ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଆଉ ୧ଲକ୍ଷରୁ ଅଧିକ ପିଲା ପରୀକ୍ଷା ଦେବେ । ମୋଟ ୨ ଲକ୍ଷ ୩୫ ହଜାରରୁ ଅଧିକ ପିଲା ପ୍ରାକ୍ଟିକାଲ ଦେବେ ।