ଆଜିଠୁ ସର୍ଭିକାଲ କ୍ୟାନ୍ସର ଟିକାକରଣ ଅଭିଯାନ ଆରମ୍ଭ

ଦେଶରେ ମହିଳାମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା କ୍ଷେତ୍ରରେ ଐତିହାସିକ ପଦକ୍ଷେପ ନେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଆଜିଠାରୁ ସାରା ଦେଶରେ ଆରମ୍ଭ ହେବାକୁ ଯାଉଛି ସର୍ଭିକାଲ କ୍ୟାନ୍ସର ବା ଜରାୟୁ କର୍କଟ ଟିକାକରଣ ଅଭିଯାନ । ୧୪ ବର୍ଷ ଯାଏଁ ଝିଅଙ୍କୁ ଦିଆଯିବ ସିଙ୍ଗଲ ଡୋଜ୍। ୧୪ ବର୍ଷରୁ ବାହାଘର ପର୍ଯ୍ୟନ୍ତ ତିନିଟି ଡୋଜ୍ ଦିଆଯିବ । ଟିକାକରଣ ପ୍ରକ୍ରିୟା ସରକାରୀ ଓ ବେସରକାରୀ ସ୍କୁଲ୍, ଅଙ୍ଗନବାଡ଼ି କେନ୍ଦ୍ର ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ ପର୍ଯ୍ୟାୟକ୍ରମେ ଚାଲିବ । ଏହା ମାଧ୍ୟମରେ ଭବିଷ୍ୟତରେ ଜରାୟୁ କର୍କଟର ଆଶଙ୍କାକୁ କମେଇବାର ଲକ୍ଷ୍ୟ ରଖାଯାଇଛି । ସର୍ଭିକାଲ କ୍ୟାନ୍ସର ବା ଜରାୟୁ କର୍କଟ ମହିଳାମାନଙ୍କ କ୍ଷେତ୍ରରେ ଦେଖାଯାଉଥିବା ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ।ସର୍ଭିକାଲ କ୍ୟାନ୍ସର ବା ଜରାୟୁ କର୍କଟ ମହିଳାମାନଙ୍କ କ୍ଷେତ୍ରରେ ଦେଖାଯାଉଥିବା ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା । ପ୍ରାୟ ୯୯ ପ୍ରତିଶତଙ୍କ କ୍ଷେତ୍ରରେ ହ୍ୟୁମାନ ପାପିଲୋମା ଭାଇରସ ନାମକ ଏକ ଭୂତାଣୁ ସଂକ୍ରମଣ ଯୋଗୁଁ ଏହି କ୍ୟାନ୍ସର ହୋଇଥାଏ । ଭାରତରେ ମହିଳାମାନଙ୍କ ମଧ୍ୟରେ ଦେଖାଯାଉଥିବା କର୍କଟ ରୋଗ ମଧ୍ୟରେ ସର୍ଭିକାଲ କ୍ୟାନ୍ସର ଦ୍ୱିତୀୟ ସ୍ଥାନରେ ରହିଛି ।