ଆଜି ଅପରାହ୍ନ ୩ଟାରୁ ଚାଲିବନି ‘ଆମ ବସ୍’
ଦୀପାବଳିର ସତର୍କତାକୁ ଆଖି ଆଗରେ ରଖି ଆଜି ୩ଟାରୁ ଚାଲିବନି ଆମ ବସ୍। ଏନେଇ କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି।ଆଜି ଅପରାହ୍ନ ୩ଟାରୁ ରାଜଧାନୀ ଓ କଟକରେ ‘ଆମ ବସ୍’ ସେବା ବନ୍ଦ ରହିବ।ଏହାସହିତ ଯାତ୍ରୀମାନଙ୍କ ସୁବିଧା-ଅସୁବିଧା ପାଇଁ ହେଲ୍ପଲାଇନ୍ ସେବା ଜାରି ରହିବ। ଏହି ହେଲ୍ପଲାଇନ୍ ନମ୍ଵରରେ ଯୋଗାଯୋଗ କରି ଯାତ୍ରୀମାନେ ତଥ୍ୟ ନେଇପାରିବେ। ୨୧ ତାରିଖ ଠାରୁ ପୂର୍ବ ପରି ଆମ ବସ୍ ସେବା ସ୍ଵାଭାବିକ ରହିବ। ତେବେ ଅଟୋ ସେବା ଜାରି ରହିବ। ଆମ ବସ୍ରେ ଯିବା ଆସିବା କରୁଥିବା ଯାତ୍ରୀ ଅଟୋରେ ଯାତ୍ରା କରିପାରିବେ।
