ଆଜି ଆଇନଜୀବୀଙ୍କ କଲମ ଛାଡ଼ ଆନ୍ଦୋଳନ

ରାଜ୍ୟ ବାର୍‌ କାଉନସିଲର ସର୍ବାଧିକ ଭୋଟରେ ନିର୍ବାଚିତ ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣା ପ୍ରତିବାଦରେ ବୁଧବାର ରାଜ୍ୟବ୍ୟାପୀ ଆଇନଜୀବୀମାନେ କଲମଛାଡ଼ କରିବେ। ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟାକୁ ଦୃଢ ନିନ୍ଦା କରିଛି ବାର୍ କାଉନସିଲ୍ । ତଦନ୍ତ ପାଇଁ SIT ଗଠନ କରିବାକୁ ଦାବି କରିଛି ।ନିରପେକ୍ଷ ତଦନ୍ତ ପାଇଁ ଜଣେ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ଦ୍ବାରା ତଦନ୍ତ ହେବା ଉଚିତ ବୋଲି ବାର କାଉନସିଲ ପକ୍ଷରୁ କୁହାଯାଇଛି । ତଦନ୍ତ ସମୟସୀମିତ ଭାବରେ ସମାପ୍ତ ହେଉ ଏବଂ ସମସ୍ତ ଅପରାଧୀ, ଷଢ଼ଯନ୍ତ୍ରକାରୀ ଓ ସହଯୋଗୀଙ୍କୁ ତତ୍କାଳ ଗିରଫ କରାଯାଉ ବୋଲି ବାର କାଉନସିଲ ପକ୍ଷରୁ କୁହାଯାଇଛି । ୪୮ ଘଣ୍ଟା ମଧ୍ୟରେ ରାଜ୍ୟବ୍ୟାପୀ ସୁରକ୍ଷା ଏବଂ କୋର୍ଟ ପରିସରରେ CCTV କ୍ୟାମେରା ସ୍ଥାପନ ପାଇଁ ଦାବି ହୋଇଛି । ଯାହା ଆଇନଜୀବୀମାନଙ୍କ ସୁରକ୍ଷାକୁ ନିଶ୍ଚିତ କରିବ।ଘଟଣା ଅନୁସାରେ, ଦୁଇଜଣ ଅଜଣା ଯୁବକ ବ୍ରହ୍ମପୁରସ୍ଥିତ ତାଙ୍କ ଘର ସାମ୍ନାରେ ବରିଷ୍ଠ ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରିବା ଆଇନଜୀବୀମାନଙ୍କ ପାଇଁ ଅତ୍ୟନ୍ତ ଦୁଃଖଦ ଘଟଣା। ଆଇନ ସେବା ସହ ଜଡ଼ିତ ପ୍ରତ୍ୟେକ ବ୍ୟକ୍ତି ପ୍ରତି ଏହା ସିଧାସଳଖ ଶକ୍ତ ଧକ୍କା।