ଆଜି ଉତ୍କଳମଣିଙ୍କ ୧୪୮ତମ ଜୟନ୍ତୀ

ଆଜି ହେଉଛି ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କର ଆଜି ୧୪୮ ତମ ଜନ୍ମ ଜୟନ୍ତୀ । ଏହି ଦିନକୁ ସାରା ଓଡିଶା ଗୋପବନ୍ଧୁ ଜୟନ୍ତୀ ଭାବରେ ପାଳନ କରନ୍ତି । ଆଜକୁ ଠିକ ୧୪୭ ବର୍ଷ ତଳେ ଆଜିର ଦିନରେ ଓଡ଼ିଶାର ପୂର୍ବବର୍ତ୍ତୀ ଅଂଚଳରେ ଅବସ୍ଥିତ ପୁରୀ ଜିଲ୍ଲା ସୁଆଣ୍ଡୋ ଗ୍ରାମରେ ଜନ୍ମ ନେଇଥିଲେ ଓଡିଶା ମାଟିର ଏହି ବରପୁତ୍ର । ୧୮୭୭ ମସିହା ଆଜିର ଦିନରେ ମାତା ସ୍ଵର୍ଣ୍ଣମୟୀ ଦେବୀ ଓ ବାପା ଦୈତାରୀ ଦାସଙ୍କ କୋଳମଣ୍ଡନ କରିଥିଲେ । ନିଜ ଜୀବନର ପ୍ରତିଟି ରକ୍ତ ବିନ୍ଦୁକୁ ସାଧାରଣ ଲୋକଙ୍କ ସେବାରେ ସମର୍ପିତ କରିଦେଇଥିଲେ । ଦୀନ ଦରିଦ୍ରଙ୍କ ବେଦନା, ଅସହାୟଙ୍କ ଯନ୍ତ୍ରଣା ତାଙ୍କୁ ଏତେ ବିବ୍ରତ କରୁଥିଲା ଯେ ସେମାନଙ୍କ କଥା ବୁଝିବା ବେଳେ ନିଜ ପରିବାରକୁ ବି ପଛରେ ପକାଇ ଦେଉଥିଲେ । ଏମିତିକି ନିଜ ଜନ୍ମ କଲା ପୁଅକୁ ଭୀଷଣ ଜ୍ବରରେ କଂପୁଥିବା ବେଳେ ତାକୁ ହେୟଜ୍ଞାନ କରି ହଇଜା ମହାମାରୀ ସମୟରେ ଲୋକଙ୍କ ସେବା କରିବାକୁ ବାହାରି ପଡ଼ିଥିଲେ ଏହି ମହାନ ପୁରୁଷ । ସେହି ଦେଶପ୍ରାଣ, ଜାତି ମନସ୍କ ଉତ୍କଳମାଟିର ସୁଯୋଗ୍ୟ ସନ୍ତାନଙ୍କ ୧୪୮ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ତାଙ୍କ ପାଦଯୁଗଳରେ ପ୍ରଣିପାତ ପୂର୍ବକ, ତାଙ୍କ ନୀତି, ଆଦର୍ଶ ଓ ମୂଲ୍ୟବୋଧର ଜୟଗାନ କରୁଛୁ।