ଆଜି ପବିତ୍ର ଅଳାଁ ନବମୀ, ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ମା ରାଧାରାଣୀ
ଆଜି ପବିତ୍ର ଅଳାଁ ନବମୀ । ରାଧା ପାଦ ଦର୍ଶନ ପାଇଁ ସାକ୍ଷୀଗୋପାଳରେ ପ୍ରବଳ ଭକ୍ତଙ୍କ ଭିଡ଼ ଲାଗିଛି । ଓଡ଼ିଆଣୀ ବେଶରେ ଦର୍ଶନ ଦେଉଛନ୍ତି ରାଧାରାଣୀ । ବର୍ଷକରେ ଥରେ ଶ୍ରୀରାଧାଙ୍କର ଓଡିଆଣୀ ବେଶ ଦର୍ଶନ ଲାଗି ଲକ୍ଷାଧିକ ଭକ୍ତଙ୍କର ସମାଗମ ଲାଗିଛି। ଭିଡ଼ ନିୟନ୍ତ୍ରଣ ପାଇଁ ୨ଜଣ ଅତିରିକ୍ତ ଏସ୍ପି, ୧୧ ଡିଏସ୍ପି, ୨୧ ଇନ୍ସପେକ୍ଟର, ୭୧ ଏସ୍ଆଇ ଏବଂ ଏଏସ୍ଆଇ, ୯୨ ହାବିଲଦାର ଓ କନଷ୍ଟେବଲ, ୧୦ ଟ୍ରାଫିକ କନଷ୍ଟେବଲ୍, ୨୫୦ ଜଣ ଗୃହରକ୍ଷୀଙ୍କ ସମେତ ୨୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।ସେହିପରି ଜଗଦ୍ଧାତ୍ରୀ ପୂଜା ଅବସରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅଜା ରୂପେ ପରିଚିତ ସିଦ୍ଧ ବଳରାମ ଦେବଙ୍କ ମନ୍ଦିର ସମ୍ମୁଖରେ ଅଁଳା ବୃକ୍ଷ ନିକଟରେ ହବିଷ୍ୟାଳିମାନେ ପ୍ରସାଦ ପ୍ରସ୍ତୁତ କରିବା ନିମନ୍ତେ ବ୍ୟବସ୍ଥା ହୋଇଛି । ପଞ୍ଚସଖା ମୁକ୍ତାକାଶ ରଙ୍ଗମଞ୍ଚରେ ଶ୍ରୀରାଧା ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ଭଜନ ପରିବେଷଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

 
			