ଆଜି ପବିତ୍ର ଉତ୍କଳ ଦିବସ

ଆଜି ଉତ୍କଳ ଦିବସ । ୧୯୩୬ ମସିହା ଅପ୍ରେଲ୍‌ ୧ରେ ଓଡିଶା ଏକ ସ୍ୱତନ୍ତ୍ର ରାଜ୍ୟ ଭାବେ ନବଗଠିତ ହୋଇଥିଲା । ଏହି ସ୍ମୃତିରେ ପ୍ରତି ବର୍ଷ ଆଜିର ଦିନକୁ ଉତ୍କଳ ଦିବସ ବା ଓଡିଶା ଦିବସ ଭାବେ ପାଳନ କରାଯାଏ । ଓଡ଼ିଆ ବୀରମାନଙ୍କ ବହୁ ଦିନ ଦିନର ସଂଗ୍ରାମ, ଉଦ୍ୟମ ଏବଂ ପରିଶ୍ରମ ପରେ ୧୯୩୬ ଆଜିର ଦିନରେ ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଭାବେ ଗଠିତ ହୋଇଥିଲା। ଏହି ଦିନଟି ସମଗ୍ର ଓଡ଼ିଆ ଜାତି ପାଇଁ ଗର୍ବ ଓ ଗୌରବର ଦିନ।।

ପ୍ରଥମେ ୬ଟି ଜିଲ୍ଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ଓଡିଶା ଗଠନ କରାଯାଇଥିଲା । ପରେ ୧୯୯୩ ମସିହାରେ ଓଡିଶାର ୧୩ଟି ଜିଲ୍ଲାକୁ ପୁନର୍ବିଭାଜନ କରି ୩୦ଟି ଜିଲ୍ଲାରେ ଭାଗ କରାଗଲା । ପ୍ରତି ବର୍ଷ ଉତ୍କଳ ଦିବସ ପାଳନ ଅବସରରେ ସ୍ୱତନ୍ତ୍ର ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଏ ।