ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହି ପର୍ବ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି ।

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହି ପର୍ବ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି । ଶ୍ରୀ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ଝୁଲଣ ମଣ୍ଡପରେ ଦୋଳିରେ ବିଜେ କରିବା ସହ ସୁସଜ୍ଜିତ ବିମାନରେ ମଧ୍ୟ ଗ୍ରାମ ପରିକ୍ରମା କରୁଛନ୍ତି। ଗାଁଠୁ ସହର ଚାରିଆଡେ ଉତ୍ସବ ମୁଖର ପରିବେଶ ସୃଷ୍ଟି ହୋଇଛି।ପବିତ୍ର ଦୋଳ ପୂର୍ଣ୍ଣମୀ ଅବସରରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ସୁନାବେଶ ବା ରାଜାଧିରାଜ ବେଶ ଅନୁଷ୍ଠିତ ହେବ।

ମଙ୍ଗଳ ଆଳତୀ, ମଇଲମ ଓ ତଡପ ଲାଗି ଓ ଅବକାଶ ଆଦି କେତେକ ନୀତି ସମ୍ପନ୍ନ ହୋଇଛି । ପୂର୍ବାହ୍ନ ପ୍ରାୟ ସାଢେ ୯ଟା ସୁଦ୍ଧା ସେବାୟତମାନେ ଶ୍ରୀଜୀଉମାନଙ୍କୁ ପାରମ୍ପରିକ ରୀତିମତେ ସୁନାବେଶ ବା ରାଜାଧିରାଜ ବେଶରେ ସଜ୍ଜିତ କରାଇବେ । ଶ୍ରଦ୍ଧାଳୁମାନେ ଜଗମୋହନର ବାହାର କାଠ ପାଖରେ ଠିଆ ହୋଇ ଏହି ଦୂର୍ଲ୍ଲଭ ବେଶ ଦର୍ଶନ କରିବେ। ରାତି ପ୍ରାୟ ସାଢେ ୧୦ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଏହି ବେଶ ଦେଖିବାର ସୁଯୋଗ ପାଇବେ ।