ଆଜି ପବିତ୍ର ଶାମ୍ବ ଦଶମୀ 

ଆଜି ପବିତ୍ର ଶାମ୍ବ ଦଶମୀ । ସୂର୍ଯ୍ୟ ଭଗବାନଙ୍କ ପୂଜା । ବିଶ୍ବାସ ରହିଛି ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କ ଉପାସନା କରି ଅର୍ଘ୍ୟ ଦାନ କଲେ ଦୁରାରୋଗ୍ୟରୁ ମୁକ୍ତି ମିଳିଥାଏ ।ଏ ନେଇ ପ୍ରାତଃରୁ ଚନ୍ଦ୍ରଭାଗା ତଟରେ ଶ୍ରଦ୍ଧାଳୁ ସୂର୍ଯ୍ୟ ଦେବତାଙ୍କ ପୂଜାର୍ଚ୍ଚନା କରିଛନ୍ତି । ପୌରାଣିକ କିମ୍ବଦନ୍ତୀ ଅନୁସାରେ, କୃଷ୍ଣଙ୍କ ପୁତ୍ର ଶାମ୍ବ ଅଭିଷପ୍ତ ହୋଇ କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇଥିଲ । ଚନ୍ଦ୍ରଭାଗାରେ ବୁଡ଼ ପକାଇବା ସହ ସୂର୍ଯ୍ୟ ଦେବତାଙ୍କ ଆରାଧନା କରିବା ପରେ ସେ କୁଷ୍ଠ ରୋଗରୁ ଭଲ ହୋଇଥିବା କୁହାଯାଏ।ଆଜିର ଦିନରେ ଓଡ଼ିଆ ଘରର ମାଆମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ଉଦୟ ସୂର୍ଯ୍ୟଙ୍କୁ ପୂଜାର୍ଚ୍ଚନା କରି ପରିବାରର ସମସ୍ତଙ୍କ ମଙ୍ଗଳ କାମନା କରିଥାନ୍ତି ।