ଆଜି ପୀଠରେ ମହାଅଷ୍ଟମୀ, ମଣ୍ଡପରେ ମହାସପ୍ତମୀ
ନବରାତ୍ରି ଅବସରରେ ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶକ୍ତିପୀଠ । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଠାରୁ ଆରମ୍ଭ କରି ସମ୍ବଲପୁରର ମା’ ସମଲେଶ୍ବରୀ, କଟକର ମା’କଟକଚଣ୍ଡୀ, ଝଙ୍କଡ଼ ଶାରଲା, କାକଟପୁର ମଙ୍ଗଳା, ଘଟଗାଁର ମା’ ତାରିଣୀଙ୍କ ପୀଠରେ ଚାଲିଛି ପୂଜାର୍ଚ୍ଚନା । ପୀଠମାନଙ୍କରେ ଆଜି ମା’ଙ୍କ ମହାଷ୍ଟମୀ ନୀତି ଅନୁଷ୍ଠିତ ହେବାକୁ ଥିବା ବେଳେ ମଣ୍ଡପରେ ମହାସପ୍ତମୀରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ଦେଉଛନ୍ତି ଦେବୀ ଦୁର୍ଗା । ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ଭଟ୍ଟାରିକାଙ୍କ ପୀଠରେ ବି ଚାଲିଛି ମାଆଙ୍କ ସ୍ବତନ୍ତ୍ର ନୀତିକାନ୍ତି ।ସେହିପରି ମାଆ ତାରିଣୀଙ୍କ ପୀଠରେ ମହାସପ୍ତମୀ ପୂଜା । କେନ୍ଦୁଝର ଜିଲ୍ଲା ଆରାଧ୍ୟ ଦେବୀ ଘଟଗାଁ ମାଆ ତାରିଣୀଙ୍କ ପୀଠରେ ଆଜି ପାଳିତ ହେଉଛି ମହାସପ୍ତମୀ ପୂଜା । ଏଥିପାଇଁ ଉତ୍ସବ ମୁଖର ହୋଇପଡିଛି ତାରିଣୀ ପୀଠ । ଏହି ଅବସରରେ ଆଜି ଭୋରରୁ ମାଆଙ୍କ ମାର୍ଜଣା, ବଡ଼ସିଂଙ୍ଘାର ବେଶ,ମଙ୍ଗଳ ଆଳତୀ ଆଦି ଅନୁଷ୍ଠିତ ହେବା ଶହ ମାଙ୍କୁ ଷୋଡଷ ଉପଚାରରେ ପୂଜାର୍ଚ୍ଚନା କରାଯିବା ପରେ ମାଆଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଛି ।
