ଆଜି ପୁଣି ଖସିଲା ସୁନା, ରୁପା ଦର

ପୁଣି ଥରେ ଖସିଲା ସୁନା, ରୂପା ଦର । ଲଗାତାର ପଞ୍ଚମ ଦିନରେ ଖସିଛି ସୁନା, ରୂପା ଦର । ୨୪କ୍ୟାରେଟ୍‌ ସୁନା ୧୪୨୦ଟଙ୍କା ହ୍ରାସ,୧୦ଗ୍ରାମ ପିଛା ୧,୫୧,୯୦୦ ହୋଇଛି । ଗତକାଲି ୨୪କ୍ୟାରେଟର ଦାମ ୧ଲକ୍ଷ ୫୩ହଜାର ୩୨୦ଟଙ୍କା ରହିଥିଲା । ସେହିପରି ୨୨କ୍ୟାରେଟ୍‌ ସୁନା ୧୩୦୦ ଟଙ୍କା ହ୍ରାସ ପାଇଛି । ୨୨କ୍ୟାରେଟ ସୁନା ୧୦ ଗ୍ରାମ୍‌ ୧,୩୯,୨୫୦ ଟଙ୍କାରେ ପହଞ୍ଚିଛି । ଗତକାଲି ଏହାର ଦାମ୍‌ ୧ଲକ୍ଷ ୪୦ହଜାର ୫୫୦ ଟଙ୍କା ରହିଥିଲା ।

ଅନ୍ୟପଟେ ରୂପା କିଲୋ ମଧ୍ୟ ହ୍ରାସ ପାଇଛି । ଆଜି ୨୦ହଜାର କମିଛି ରୂପା ଦର । ରୂପା କିଲୋଗ୍ରାମ୍‌ ପିଛା ୨୦ହଜାର କମିବା ପରେ ଏହା ୨ଲକ୍ଷ ୮୦ହଜାରରେ ପହଞ୍ଚିଛି । ଗତକାଲି ରୂପା କିଲୋ ୩ଲକ୍ଷ ରହିଥିଲା ।