ଆଜି ପୁଣି ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍
ଲଘୁଚାପ ପ୍ରଭାବରେ ମହାନଦୀ ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ ୧୬.୪୪ମିମି ବର୍ଷା ରେକର୍ଡ କରାଯାଇଛି । ଦିନକ ମଧ୍ୟରେ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବାହ ୯୦ ହଜାର କ୍ୟୁସେକ୍ରୁ ବୃଦ୍ଧି ପାଇ ଅଢ଼େଇ ଲକ୍ଷ କ୍ୟୁସେକ୍ ଟପିଲାଣି । ଏହାକୁ ଲକ୍ଷ୍ୟ କରି ଶନିବାର ପୂର୍ବାହ୍ଣ ୧୦ଟାରେ ହୀରାକୁଦ ଜଳଭଣ୍ଡାରରୁ ଜଳ ନିଷ୍କାସନ କରିବାକୁ ନିଷ୍ପତ୍ତି ହୋଇଛି । ପ୍ରାରମ୍ଭିକ ଭାବେ ୪ଟି ଗେଟ୍ ଖୋଲାଯିବାକୁ ଯୋଜନା ରହିଛି । ଆସନ୍ତା ୨୭ ତାରିଖ ଯାଏ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଆଜି ପାଇଁ ୨୦ ଜିଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ନିଂ କରିଛି। ସେହି ଜିଲାଗୁଡିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା। ସେହିପରି ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳକୁ ୟେଲୋ ୱାର୍ନିଂ ଜାରି କରାଯାଇଛି।
