ଆଜି ବନ୍ଦ ରହିବ SBI ବ୍ୟାଙ୍କ ଟ୍ରାଞ୍ଜାକ୍ସନ

ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI) ତାର ଗ୍ରାହକମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି । ଯଦି ଆପଣ ପ୍ରତିଦିନ ଡିଜିଟାଲ ପେମେଣ୍ଟ ପାଇଁ UPI ବ୍ୟବହାର କରୁଛନ୍ତି, ତେବେ ବ୍ୟାଙ୍କର UPI ସେବା କିଛି ସମୟ ପାଇଁ ଅସ୍ଥାୟୀ ଭାବରେ ବନ୍ଦ ରହିବ । ଏହା କୌଣସି ଯାନ୍ତ୍ରିକ ତ୍ରୁଟି ନୁହେଁ, ବରଂ ଏକ ସିଡ୍ୟୁଲ ମେଣ୍ଟେନାନ୍ସ (Scheduled Maintenance) ପ୍ରକ୍ରିୟା, ଯାହା ମାଧ୍ୟମରେ ବ୍ୟାଙ୍କ ଏହାର ଡିଜିଟାଲ ସିଷ୍ଟମକୁ ଅଧିକ ସୁରକ୍ଷିତ ଏବଂ ଦକ୍ଷ କରୁଛି । ତେବେ ଆଜି ଭାରତୀୟ ଷ୍ଟେଟ ବ୍ୟାଙ୍କ(SBI)ର କିଛି ସୁବିଧା ମଧ୍ୟରାତ୍ରିରୁ ବନ୍ଦ ରହିବ । ଏହି ସମୟରେ SBI UPI, IMPS, YONO, ଇଣ୍ଟରନେଟ ବ୍ୟାଙ୍କିଂ, NEFT ଓ RTGS ଭଳି ସୁବିଧା ବନ୍ଦ ରହିବ ।ବ୍ୟାଙ୍କ କହିଛି ଯେଉଁ ଗ୍ରାହକଙ୍କୁ ଏହି ସମୟରେ ଟ୍ରାଞ୍ଜାକ୍ସନ କରିବାର ଆବଶ୍ୟକତା ରହିଛି ସେମାନେ ATM ବା UPI Lite ସେବାର ବ୍ୟବହାର କରିପାରିବେ । ଏଠାରେ ମୁଖ୍ୟ କଥା ଏହା ଯେ, ଯେବେ UPI ସେବା ବନ୍ଦ ରହିବ UPI Lite ସେବା ଚାଲୁ ରହିବ । ଏହା ସହିତ ଆପଣ ନଗଦ ରାଶି ନିଜ ପାଖରେ ରଖିପାରିବେ । କିମ୍ବା ଅନ୍ୟ ବ୍ୟାଙ୍କର ବ୍ୟବହାର କରିପାରିବେ ।

SBI ଗ୍ରାହକଙ୍କୁ ଏହି ସମୟରେ ଧୈର୍ଯ୍ୟ ରଖିବାକୁ ସୋସିଆଲ ମିଡ଼ିଆରେ ଅପିଲ କରିଛି । ବ୍ୟାଙ୍କ କହିଛି,“ ଆମର ATM ବା UPI Lite ସେବାର ବ୍ୟବହାର କରିପାରିବେ । ଅସୁବିଧା ପାଇଁ କ୍ଷମା ପ୍ରାର୍ଥନା କରୁଛୁ । ଧୈର୍ଯ୍ୟ ପାଇଁ ଧନ୍ୟବାଦ ।”