ଆଜି ବିଜେପିରେ ମିଶିଲେ ରବିନ୍ଦ୍ର ଜାଡେଜା

ଭାରତୀୟ କ୍ରିକେଟ ଟିମ୍‌ର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିକଟ ଅତିତରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରୁ ସନ୍ୟାସ ଘୋଷଣା କରିଥିଲେ। ଏବେ ସେ ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଏହି କ୍ରିକେଟର ଏବେ ରାଜନୀତି ଦୁନିଆରେ ନିଜର କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ତେବେ ବିଜେପିରେ ସାମିଲ ହୋଇଛନ୍ତି। ଜାମନଗର ବିଧାୟିକା ତଥା ଜାଡେଜାଙ୍କ ପତ୍ନୀ ରିଭାବା ଜାଡେଜା ଗୁରୁବାର ଏକ୍ସ ଜରିଆରେ ଏନେଇ ସୂଚନା ଦେଇଛନ୍ତି।

ସେ ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି ଯେ, ରବିନ୍ଦ୍ର ଜାଡେଜା ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ପୂର୍ବରୁ ଜାଡେଜାଙ୍କୁ ତାଙ୍କ ପତ୍ନୀ ରିବାବା ଜାଡେଜାଙ୍କ ସହ ଅନେକ ଥର ନିର୍ବାଚନ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା। ଅନେକ ରୋଡ ଶୋ’ରେ ମଧ୍ୟ ଦେଖିବାକୁ ମିଳିଥିଲା । ଏବେ ସେ ଭାଜପାର ସଦସ୍ୟତା ଗ୍ରହଣ କରିଛନ୍ତି। ରିବାବା ଜାଡେଜା ଏକ୍ସରେ ଏହା ପ୍ରକାଶ କରିଛନ୍ତି । ଚଳିତ ମାସରେ ହେବାକୁ ଥିବା ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ ଜାଡେଜା ଖେଳୁଥିବା ଦେଖିବାକୁ ମିଳିବ। ସେ ଶେଷ ଥର ପାଇଁ ଟି -୨୦ ବିଶ୍ୱକପ ୨୦୨୪ଖେଳିଥିଲେ। ଏଥିରେ ଭାରତ ବିଶ୍ୱକପ ଜିତିଥିଲା। ଏହା ପରେ ଜାଡେଜା ଏହି ଫର୍ମାଟରୁ ବିଦାୟ ନେଇଥିଲେ।