ଆଜି ବିଶ୍ୱ କିଡ୍‌ନୀ ଦିବସ

ପ୍ରତିବର୍ଷ ମାର୍ଚ୍ଚ ମାସ ଦ୍ୱିତୀୟ ଗୁରୁବାର ବିଶ୍ୱ କିଡ୍‌ନୀ ଦିବସ ଭାବେ ପାଳିତ ହୋଇଆସୁଛି । କିଡ୍‌ନୀ ବା ବୃକକ୍‌କୁ ସୁସ୍ଥ ରଖିବା ପାଇଁ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଏହି ଦିବସ ପାଳିତ ହେଉଛି । ତଥାପି ସଚେତନତାର ଅଭାବ ଯୋଗୁଁ ରାଜ୍ୟରେ କିଡ୍‌ନୀ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । ବିଶେଷଜ୍ଞଙ୍କ ମତରେ ଜୀବନ ଶୈଳୀରେ ଦ୍ରୁତ ପରିବର୍ତ୍ତନ, ଅନିୟନ୍ତ୍ରିତ ମଧୁମେହ ଓ ଉଚ୍ଚ ରକ୍ତଚାପ କିଡ୍‌ନୀ ଉପରେ କୁପ୍ରଭାବ ପକାଉଛି । ଖାଦ୍ୟରେ ଅତ୍ୟଧିକ କେମିକାଲ୍‌ ବ୍ୟବହାର ଓ ବାୟୁ ପ୍ରଦୂଷଣ ମଧ୍ୟ କିଡ୍‌ନୀ ପାଇଁ ହାନିକାରକ ସାବ୍ୟସ୍ତ ହେଉଛି ।କିଡ୍‌ନୀ ରୋଗର ହେବାର ବହୁତ କାରଣ ଥାଏ । ଅଧିକ ମାତ୍ରାରେ ମଦ୍ୟ ପାନ ଓ ଲାଇଫ ଷ୍ଟାଇଲରେ ପରିବର୍ତ୍ତନ ଏହି ରୋଗର କାରଣ ହୋଇଥାଏ । ଏକ ରିପୋର୍ଟ ଅନୁଯାୟୀ, ସାରା ବିଶ୍ୱରେ ପ୍ରତି ୧୦ ଜଣରେ ଜଣେ ବ୍ୟକ୍ତି କିଡନୀ ରୋଗରେ ଆକ୍ରାନ୍ତ ହୋଇଥାନ୍ତି ।

ହାଇ ବ୍ଲଡ୍‌ ପ୍ରେସର ଓ ଡାଇବେଟିସ୍‌ କିଡନୀ ରୋଗ ବୃଦ୍ଧିର କାରଣ ହୋଇଥାଏ । ଏହି ରୋଗରୁ ରକ୍ଷା ପାଇବା ପାଇଁ ପ୍ରଥମେ ଅନିୟମିତତା ଖାଦ୍ୟ ପାନୀୟ ପ୍ରତି ଦୃଷ୍ଟି ଦେବାକୁ ହୋଇଥାଏ । କିଡନୀ ରୋଗ ପାଇଁ ଶରୀରର ଅନ୍ୟ କେତେକ ଅଙ୍ଗ ମଧ୍ୟ ଖରାପ ହୋଇଥାଏ ।କିଡ୍‌ନୀ ରୋଗରୁ ରକ୍ଷା ପାଇବାର ଅନେକ ଉପାୟ ରହିଛି । ନିୟମିତ ଭାବେ ଯୋଗ କରିବା ଦ୍ୱାରା ଏହି ରୋଗ ଉପରେ ନିୟନ୍ତ୍ରଣ କରାଯାଇଥାଏ । ଏହାଛଡ଼ା ଧୂମ୍ରପାନ ଓ ମଦ ପିଇବାରୁ ବିରତ ରହିବା ଉଚିତ୍‌ । ଫାଷ୍ଟ ଫୁଡ୍‌ ନଖାଇ ପୁଷ୍ଟିକର ଖାଦ୍ୟ ଖାଇବା ଉଚିତ୍‌ । ଅଧିକାଂସ ସମୟ ଲୋକେ ବିନ୍ଧାରୁ ରକ୍ଷା ପାଇବା ପାଇଁ ପେନ୍‌ କିଲର ନେଇଥାନ୍ତି । ଯାହାକି କିଡନୀ ଖରାପ ହେବାର ଏକ କାରଣ ହୋଇଥାଏ ।