ଆଜି ବିଶ୍ୱ ଡାକ ଦିବସ: ଏହିଦିନ ଭାରତରେ ଆରମ୍ଭ ହୋଇଥିଲା ଡାକସେବା

୧୯୭୦ରୁ ପ୍ରତି ବର୍ଷ ଅକ୍‌ଟୋବର‌ ୯ରେ ପାଳିତ ହେଉଛି ‘ବିଶ୍ୱ ଡାକ ଦିବସ’। ୧୮୭୪ ଏହି ଦିନରେ ସ୍ବିଜର‌୍‌ଲାଣ୍ତ୍‌ର ବର୍ନ‌୍‌ରେ ‘ୟୁନିଭର୍ସାଲ୍‌ ପୋଷ୍ଟାଲ୍‌ ୟୁନିଅନ୍‌’ ସ୍ଥାପିତ ହୋଇଥିଲା ଏବ˚ ସେଥି ସହ ବିଶ୍ବ ସ୍ତରରେ ଡାକ ମାଧ୍ୟମରେ ପତ୍ର ଯୋଗାଯୋଗ ବ୍ୟବସ୍ଥାରେ ବୈପ୍ଳବିକ ପରିବର୍ତ୍ତନ ଆସିଥିଲା। ସୀମା-ସରହଦ ଡେଇଁ ଚିଠି ଦୂର-ଦୂରାନ୍ତରକୁ ଯିବା ଆରମ୍ଭ ହୋଇଥିଲା। ୧୯୬୯ରେ ଟୋକିଓରେ ଅନୁଷ୍ଠିତ ‘ୟୁନିଭର୍ସାଲ୍‌ ପୋଷ୍ଟାଲ୍‌ ୟୁନିଅନ୍‌’ର ଅଧିବେଶନରେ, ଅକ୍‌ଟୋବର‌ ୯କୁ ‘ବିଶ୍ବ ଡାକ ଦିବସ’ ରୂପେ ପାଳିବା ପାଇଁ ପ୍ରସ୍ତାବ ଦେଇଥିଲେ, ଭାରତୀୟ ପ୍ରତିନିଧି ଆନନ୍ଦ ମୋହନ ନରୁଲା। ତାଙ୍କ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଅନୁମୋଦନ ଲାଭକରିଥିଲା ଏବ˚ ତାହା ପରଠାରୁ ଏହି ଦିବସ ପାଳିତ ହେଉଛି।ଭାରତରେ ସବୁଠୁ ଅଧିକ ଡାକଘର ରହିଛି। ଦେଶରେ ପ୍ରଥମ ପୋଷ୍ଟ ଅଫିସ କୋଲକାତାରେ ସ୍ଥାପନ ହୋଇଥିଲା। ୧୯୮୬ରୁ ଭାରତରେ ସ୍ପିଡ୍‌ ପୋଷ୍ଟ ବ୍ୟବସ୍ଥାର ଆରମ୍ଭ ହୋଇଥିଲା। ୧୮୮୦ରେ ମନି ଅର୍ଡର ବ୍ୟବସ୍ଥା ହୋଇଥିଲା।ଦିନ ଥିଲା ଯେତେବେଳେ ମୋବାଇଲ୍‌ କିମ୍ବା ଇଣ୍ଟରନେଟ୍‌ର ସୁବିଧା ନଥିଲା, ସେତେବେଳେ ଲୋକଙ୍କ ଭାବ ଆଦାନପ୍ରଦାନ ଏବଂ ଯୋଗାଯୋଗର ମୁଖ୍ୟ ଏବଂ ଏକମାତ୍ର ମାଧ୍ୟମ ଥିଲା ଡାକ । ଏହା ଦ୍ୱାରା ଦେଶ ବିଦେଶରେ ଥିବା ଲୋକେ ନିଜ ସମ୍ପର୍କୀୟଙ୍କ ନିକଟକୁ ଚିଠି ଲେଖି ଡାକ ମାଧ୍ୟମରେ ପଠାଉଥିଲେ । ଗ୍ରାମାଞ୍ଚଳରେ ଥିବା ବିଭିନ୍ନ ପୋଷ୍ଟ ଅଫିସ୍‌ର ପୋଷ୍ଟମ୍ୟାନ୍‌ ଏହି ଚିଠି ଲୋକଙ୍କ ଘରେ ପହଞ୍ଚାଉଥିଲେ । ଏପରିକି ଘର ବାହାରେ ଥିବା ଲୋକଙ୍କ ସହ ଯୋଗାଯୋଗ ପାଇଁ ଅନ୍ୟ କୌଣସି ବିକଳ୍ପ ନଥିବାରୁ ଚିଠି ଆସିବା ପାଇଁ ଲୋକେ ମାସ ମାସ ଧରି ଅପେକ୍ଷା ମଧ୍ୟ କରୁଥିଲେ । କିନ୍ତୁ ସେ ସମୟ ବଦଳି ଯାଇଛି । ମୋବାଇଲ୍‌ ଏବଂ ଇଣ୍ଟରନେଟ୍‌ ଯୁଗରେ ଡାକରେ ଚିଠି ପଠାଇବାର ଗୁରୁତ୍ୱ କମି ଯାଇଥିବା ବେଳେ ଡାକ ବିଭାଗରେ ଡିଜିଟାଲ୍‌ କାରବାର ଅଧିକ ବଢ଼ିଥିବା ଲକ୍ଷ୍ୟ କରାଯାଉଛି ।