ଆଜି ବିଶ୍ୱ ପୋଲିଓ ଦିବସ
ଆଜି (ଶୁକ୍ରବାର) ବିଶ୍ୱ ପୋଲିଓ ଦିବସ । ପ୍ରତିବର୍ଷ ଅକ୍ଟୋବର ମାସର ୨୪ ତାରିଖକୁ ବିଶ୍ୱ ପୋଲିସ ଦିବସ ଭାବେ ପାଳନ କରାଯାଇଥାଏ ।୮୦ ଦଶକରେ ସାରା ବିଶ୍ୱରେ ପୋଲିଓ ଏକ ମହାମାରୀ ରୂପେ ଦେଖା ଦେଇଥିଲା । ଏହି ରୋଗରେ ପୀଡିତ ଶିଶୁମାନେ ଜନ୍ମରୁ ବିକଳାଙ୍ଗ ହେଉଥିଲେ ବା କିଛି କ୍ଷେତ୍ରରେ ଜନ୍ମର ୨ ବର୍ଷ ମଧ୍ୟରେ ତାଙ୍କୁ ପୋଲିଓ ହୋଇଯାଉଥିଲା । ଏହା ଫଳରେ ଶିଶୁଟିର କୌଣସି ଏକ ଅଙ୍ଗ ବିକଳାଙ୍ଗ ହୋଇଯାଉଥିଲେ । ଏହି ରୋଗର କାରଣ ଏକ ଭୂତାଣୁ ଥିଲା । ଏହି ରୋଗର ଲକ୍ଷଣ ଶରୀରରେ ଅଧିକ ତାପମାତ୍ରା ରହିବା , ଗଳା ସଂକ୍ରମଣ ହେବା, ତରଳ ଝାଡା ଆଦି । ଏହି ରୋଗରେ ଆକ୍ରାନ୍ତ ଶିଶୁ ଅଳ୍ପକିଛି ଦିନରେ ସୁସ୍ଥ ହୋଇଯାଉଥିଲା । ମାତ୍ର ଏହି ଭୂତାଣୁ ସଂକ୍ରମଣ ଫଳରେ ଶରୀରର କୌଣସି ଅଙ୍ଗ ଦୁର୍ବଳ ହୋଇଯାଉଥିଲା କିମ୍ବା ପକ୍ଷଘାତ ରୋଗରେ ଶିଶୁଟି ପଡୁଥିଲା । ଏହି ଭୂତାଣୁ ଶିଶୁ ଶରୀରରେ ପ୍ରବେଶ କରିବାର ୩ ରୁ ୨୧ ଦିନ ମଧ୍ୟରେ ଲକ୍ଷଣ ମାନ ଦେଖା ଦେଇଥାଏ ।ଏଥିରୁ ମୁକ୍ତି ପାଇବାକୁ ବା ଏହାର ଟୀକା ପ୍ରସ୍ତୁତ କରିବାକୁ ବହୁ ଡାକ୍ତର ଓ ବୈଜ୍ଞାନିକ ମାନେ ଚେଷ୍ଟା ଜାରି ରଖିଥିଲେ । ହେଲେ ୧୯୮୮ ମସିହାରେ ଗ୍ଲୋବାଲ ପୋଲିଓ ଏରାଡିକସନ୍ ଇନସିଏଟିଭ୍ ବା ଜିପିଇଆଇ ଗଠନ କରାଯାଇଥିଲା । ତହା ମଧ୍ୟ ସଫଳ ହୋଇଥିଲା ଓ ଜନ୍ ସାଲ୍ଲୂ ନାମକ ଜଣେ ବୈଜ୍ଞାନିକ ଏହି ଟୀକା ପ୍ରସ୍ତୂୁତ କରିବାରେ ସଫଳ ହୋଇଥିଲେ । ଅକ୍ଟୋବର ୨୪ ତାଙ୍କର ଜନ୍ମଦିନ ହୋଇଥିବାରୁ ତାଙ୍କ ଜନ୍ମଦିବସ ଉପଲକ୍ଷେ ସାରା ବିଶ୍ୱର ଆଜିର ଦିନକୁ ବିଶ୍ୱ ପୋଲିଓ ଦିବସ ଭାବେ ପାଳନ କରାଯାଉଛି ।
