ଆଜି ‘ବିଶ୍ୱ ହୃଦୟ ଦିବସ’
ଆଜି ବିଶ୍ୱ ହୃଦୟ ଦିବସ । ବିଭିନ୍ନସ୍ତରରେ ଏହି ଦିବସ ପାଳନ ହେବ ।ସାଧାରଣ ଲୋକଙ୍କୁ ହୃତପିଣ୍ଡ ସ୍ୱାସ୍ଥ୍ୟ ବାବଦରେ ସଚେତନ କରାଇବା ଲାଗି ଏହି ଦିବସ ପାଳନ ହେଉଛି । ମଣିଷ ଶରୀରର ହାର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ପୂରା ଶରୀରକୁ ଶକ୍ତି ଯୋଗାଏ। ହାର୍ଟ ସୁସ୍ଥ ରହିଲେ ବ୍ୟକ୍ତି ସୁସ୍ଥ ରହିଥାଏ । ତେଣୁ ଏହାର ଯତ୍ନ ନେବା ମଧ୍ୟ ଆବଶ୍ୟକ। ତେବେ ଉଚିତ ଖାଦ୍ୟ, ପାନୀୟ ଗ୍ରହଣ କଲେ, ବ୍ୟାୟାମ କଲେ, ଧୂମପାନ ବର୍ଜନ କଲେ ହାର୍ଟ ସୁସ୍ଥ ରହିଥାଏ । ନହେଲେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଇଥାଏ । ଏହି ସମସ୍ୟା ଭିତରୁ ହୃଦଘାତ ଗୋଟିଏ । ଆଜିକାଲି ପ୍ରାୟତଃ ମାନସିକ ଚାପରୁ ନେଇ ଧୂମ୍ରପାନ ଓ ତମାଖୁ ସେବନ ରହିଛି ମୁଖ୍ୟ କାରଣ । ମାନସିକ ଚାପ ମଣିଷକୁ ଅସ୍ତବ୍ୟସ୍ତ କରିପକାଏ ।ଶରୀରର ବିଭିନ୍ନ ପ୍ରକାର ହରମୋନ୍ ସ୍ନାୟୁ ଓ ମସ୍ତିଷ୍କରେ ବିଭିନ୍ନ ପରିବର୍ତ୍ତନ ଆଣିଥାଏ । । ଏହା ଦ୍ୱାର ଶରୀରର ଦମନୀ ଓ ରକ୍ତ ପ୍ରବାହରେ ପରିବର୍ତ୍ତନ ହୋଇଥାଏ । ଆଉ ଏହାର ପ୍ରଭାବରେ ହୃଦୟ, ମସ୍ତିଷ୍କ ଓ ରକ୍ତର ରୋଗ ଆରମ୍ଭ ହୋଇଯାଏ । ଏହି ସମୟରେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ।ସୂଚନା ଥାଉକି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ମିଶି ୱାର୍ଲଡ ହାର୍ଟ ଫେଡେରେସନ ଏହି ଦିବସ ପାଳନ କରିବାକୁ ୧୯୯୯ରେ ନିଷ୍ପତ୍ତି ନେଇଥିଲା। ଆରମ୍ଭରୁ ଏହା ସେପ୍ଟେମ୍ବର ମାସ ଶେଷ ରବିବାର ପାଳିତ ହେଉଥିଲା। ପ୍ରଥମ ଥର ୨୦୨୦ ସେପ୍ଟେମ୍ବର ୨୪ରେ ପାଳିତ ହୋଇଥିଲା। କିନ୍ତୁ ୨୦୧୧ରୁ ଏହା ସେପ୍ଟେମ୍ବର ୨୯ରେ ପାଳିତ ହୋଇ ଆସୁଛି।
