ଆଜି ଭାରତୀୟ ବାୟୁସେନା ଦିବସ

ଆଜି ୯୩ ତମ ଭାରତୀୟ ବାୟୁସେନା ଦିବସ ।ପ୍ରତିବର୍ଷ ଅକ୍ଟୋବର ୮ରେ ପାଳନ ହୁଏ ଭାରତୀୟ ବାୟୁସେନା ଦିବସ ।  ଏ ଅବସରରେ ୱାର ମୋମରିଆଲରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ସିଡିଏସ ଅନୀଲ ଚୌହାନ ଓ ତିନି ସେନା ମୁଖ୍ୟ । ଏୟାରଫୋର୍ସ ଚିଫ ମାର୍ଶାଲ ଏପି ସିଂ, ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ବିବେଦୀ, ନୌସେନା ମୁଖ୍ୟ ଆଡମିରାଲ ଦିନେଶ ତ୍ରିପାଠୀ ପ୍ରମୁଖ ୱାର୍ ମୋମରିଆଲରେ ପହଞ୍ଚି ସହିଦ ମାନଙ୍କ ସ୍ମୃତିଚାରଣ କରିଥିଲେ । ୧୯୫୦ରେ ଭାରତ ଗଣତନ୍ତ୍ର ରାଷ୍ଟ୍ର ହେବା ପରେ ସେହି ଦଳ ‘ଭାରତୀୟ ବାୟୁ ସେନା’ ନାମରେ ପରିଚିତ ହେଲା । ଏୟାର ମାର୍ଶଲ ସୁବ୍ରତୋ ମୁଖାର୍ଜୀ ଭାରତୀୟ ବାୟୁସେନାର ପ୍ରତିଷ୍ଠାତା ବୋଲି ବିବେଚନା କରାଯାଏ । ସ୍ୱାଧୀନତା ପରେ, ୧ ଏପ୍ରିଲ ୧୯୫୪ ରେ, ସୁବ୍ରତୋ ମୁଖାର୍ଜୀଙ୍କୁ ଭାରତୀୟ ବାୟୁସେନାର ପ୍ରଥମ ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଥିଲା । ଭାରତୀୟ ବାୟୁସେନାର ମୁଖ୍ୟାଳୟ ଦିଲ୍ଲୀରେ ପ୍ରତିଷ୍ଠିତ ହୋଇଛି ।