ଆଜି ମାଟି ତଳୁ କଢ଼ାଯିବ ‘ରାମୁ’ ହାତୀର କଙ୍କାଳ

ଆଜି ମାଟି ତଳୁ କଢ଼ାଯିବ ରାମୁ ହାତୀର କଙ୍କାଳ । ଗତ ରବିବାର ଏକ ବିଶେଷଜ୍ଞ ଟିମ୍ ଭରତପୁର ଜଙ୍ଗଲରେ ପହଞ୍ଚି ରାମୁର କବରସ୍ଥଳ ପରିଦର୍ଶନ କରିଥିଲେ । ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ସବୁଠୁ ବୟସ୍କ ଓ ବଡ଼ ହାତୀ ଥିଲା ରାମୁ । ଚନ୍ଦକା-ଡମପଡା ଅଭୟାରଣ୍ୟର ଭରତପୁର ସଂରକ୍ଷିତ ଜଙ୍ଗଲରେ ବିଦ୍ୟୁତ ତାର ଆଘାତ ମୃତ୍ୟୁ ଘଟିଥିବା ଥିଲା । ଉଦ୍ଧାରକାରୀମାନେ ସମସ୍ତେ ପିପିଇ କିଟ୍ ପରିଧାନ କରିବା ପାଇଁ ନିଷ୍ପତ୍ତି ହୋଇଛି । କଙ୍କାଳ ଉଦ୍ଧାର ପରେ ସେସବୁକୁ ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ମୁଖ୍ୟ ଫାଟକ ଗୋଡ଼ିବାରୀକୁ ନିଆଯିବ । ସେଠାରେ କଙ୍କାଳ ସବୁକୁ ଖଞ୍ଜାଯିବା ପରେ କେମିକାଲ ଦିଆଯାଇ ଏକ କାଚ ଘରେ ରଖାଯିବ । ରାମୁ ହାତୀର ଏହି କଙ୍କାଳ ସର୍ବସାଧାରଣଙ୍କ ପାଇଁ ପ୍ରଦର୍ଶିତ ହେବ । ରାମୁର କଙ୍କାଳ ସଂରକ୍ଷଣ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଥିବା ବେଳେ ବିଭାଗୀୟ ଅନୁମତି ମିଳିବା ପରେ ସଂରକ୍ଷଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।