ଆଜି ମାର୍ଗଶିର ପ୍ରଥମ ଗୁରୁବାର । ଓଡ଼ିଆ ଘରର ବଡ଼ ପୂଜା

ମାର୍ଗଶିର ମାସ ପ୍ରଥମ ପାଳି ଗୁରୁବାର । ଏହି ପର୍ବରେ ମହାଲକ୍ଷ୍ମୀଙ୍କୁ ପୂଜା କରାଯାଏ। ମାଣବସା ଓଷାକୁ ଲକ୍ଷ୍ମୀପୂଜା ମଧ୍ୟ କୁହାଯାଏ। ପ୍ରତି ବିବାହିତ ମହିଳା ଏହି ପର୍ବ ପାଳିଥାନ୍ତି । ଏବେ ଚାଉଳ କୁଟିବା ଲାଗି ଢିଙ୍କି ଯୁଗ ନାହିଁ ନହେଲେ ବୋଧହୁଏ ଆଜି ସକାଳୁ ସକାଳୁ ଅରୁଆ ଚାଉଳର ଢିଙ୍କି କୁଟା ଚାଉଳ ଚୂନା ନିଶ୍ଚେ ମାଣ ପାଇଁ ଲାଗି ହୋଇଥାନ୍ତା । ଏହି ଓଷାକୁ ଓଡ଼ିଶାର ସମସ୍ତ ଜାତିର ଲୋକେ ପାଳନ କରିଥାନ୍ତି। ମାର୍ଗଶିର ମାସରେ ପୂଜା ଘରକୁ ଧାନ ମେଣ୍ଟି ବା “ଧାନବେଣୀ”ରେ ସଜାଯାଇଥାଏ। ଧାନକେଣ୍ଡାକୁ ଗୁନ୍ଥି ଏହି ବେଣୀ ତିଆରି କରାଯାଏ।। ବିଶ୍ୱାସ ରହିଛି ଯେ ଆଜିର ଦିନରେ ଯେ କୌଣସି ବ୍ୟକ୍ତି ସମ୍ପୂର୍ଣ୍ଣ ଭକ୍ତି ଏବଂ ରୀତିନୀତିର ସହ ପୂଜା କରିଥାଏ ତେବେ ମା’ ଲକ୍ଷ୍ମୀ ନିଶ୍ଚୟ ତାଙ୍କ ଘରକୁ ଯାଇଥାନ୍ତି । ସେଥିପାଇଁ ମହିଳା ମାନେ ପୂର୍ବଦିନ ରାତ୍ରୀରୁ ଘରଦ୍ୱାର ଲିପା ପୋଛା କରି ନୂଆ ଚାଉଳ ପିଠଉରେ ଝୋଟି ଏବଂ ଲକ୍ଷ୍ମୀପାଦ ଆଙ୍କିଥାନ୍ତି ।

ଘର ଅଗଣା ଏବଂ ଘରେ ମା’ ଲକ୍ଷ୍ମୀଙ୍କ ଆଗମନ ପାଇଁ ମୁରୁଜ ପକେଇଥାନ୍ତି । ଏହାପରେ ସମ୍ପୂର୍ଣ୍ଣ ବିଧିର ସହ ମା’ଙ୍କୁ ପୂଜା କରିଥାନ୍ତି ।