ଆଜି ଶପଥ ଗ୍ରହଣ କରିବେ ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ

ଆଜି ୧୫ ତମ ଉପରାଷ୍ଟ୍ରପତି ଭାବେ ଶପଥ ନେବେ ସି.ପି. ରାଧାକ୍ରିଷ୍ଣନ। ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଧାକ୍ରିଷ୍ଣନ୍‌ଙ୍କୁ ଶପଥ ପାଠ କରାଇବେ। ଆଜି ପୂର୍ବାହ୍ନ ୧୦.୩୦ରୁ ମଧ୍ୟାହ୍ନ ୧୨.୩୦ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ସିପି ରାଧାକ୍ରିଷ୍ଣନ NDA ମେଣ୍ଟ ପ୍ରାର୍ଥୀ ଭାବେ ବିଜୟୀ ହୋଇଛନ୍ତି । ତାଙ୍କୁ ୪୫୨ ଭୋଟ ମିଳିଥିବା ବେଳେ INDIA ମେଣ୍ଟ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ୩୦୦ ଭୋଟ ମିଳିଥିଲା । ମୋଟ ୭୬୭ ଖଣ୍ଡ ଭୋଟ ପଡ଼ିଥିଲା । ଜଗଦୀପ ଧନଖଡ଼ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଇସ୍ତଫା ଦେବା ପରେ ଉପରାଷ୍ଟ୍ରପତି ପଦବୀ ଖାଲି ପଡ଼ିଥିଲା ।