ଆଜି ସଂଧ୍ୟା ୭ରୁ ରାତି ୯ଟା ଯାଏଁ ୨ ଘଣ୍ଟା ବାଣଫୁଟି ପାରିବ
ଭୁବନେଶ୍ୱର ଓ କଟକରେ ୨ ଘଣ୍ଟା ବାଣ ଫୁଟାଇବା ପାଇଁ ଅନୁମତି । ଆଜି ସଂଧ୍ୟା ୭ରୁ ରାତି ୯ଟା ଯାଏଁ ୨ ଘଣ୍ଟା ବାଣଫୁଟି ପାରିବ । କମିଶନରେଟ୍ ପୋଲିସ, ଭୁବନେଶ୍ୱର-କଟକ ପକ୍ଷରୁ ନିର୍ଦ୍ଦେଶ। ଉଚ୍ଚ ଶଦ୍ଦ ସଂପନ୍ନ ବାଣ ଫୁଟାଇଲେ କଡା କାର୍ଯ୍ୟାନୁଷ୍ଠାନ ହେବ।କାରଣ ଏଥର ରାତି ୯ଟା ପରେ ବାଣ ଫୁଟାଇଲେ ବାନ୍ଧିବ ପୋଲିସ । ଗଳିକନ୍ଦି ପଇଁତରା ମାରି କାର୍ଯ୍ଯାନୁଷ୍ଠାନ ନେବ ପୋଲିସ । ସବୁଜ ବାଣ ଫୁଟାଇବା ପାଇଁ ଜନସାଧାରଣଙ୍କୁ ପୋଲିସର ଅନୁରୋଧ ।
- କଟକ- ଭୁବନେଶ୍ବରରେ ୨ ଘଣ୍ଟା ବାଣ ଫୁଟାଇବାକୁ ଅନୁମତି
- ଉଚ୍ଚ ଶବ୍ଦ ସମ୍ପନ୍ନ ବାଣ ଫୁଟାଇଲେ କଡ଼ା କାର୍ଯ୍ୟାନୁଷ୍ଠାନ
- ମଦ ପିଇ ଗାଡ଼ି ଚଳାଇଲେ ବନ୍ଧାହେବେ, ଗାଡ଼ି ହେବ ଜବତ
- ସବୁ ଥାନାରେ ପାଟ୍ରୋଲିଂ ଭ୍ୟାନ୍ ମୁତୟନ ରହିବ
- ବେଆଇନ୍ ବାଣ ବିକ୍ରି କଲେ କଡ଼ା କାର୍ଯ୍ୟାନୁଷ୍ଠାନ
- ସବୁଜ ବାଣ ଫୁଟାଇବା ଉପରେ ଗୁରୁତ୍ବ
- ହସ୍ପିଟାଲ, ଶିକ୍ଷାନୁଷ୍ଠାନ, କୋର୍ଟ, ମନ୍ଦିର ନିକଟରେ ବାଣ ଫୁଟା ଉପରେ କଟକଣା
- ଚାଳଘର, ଦୋକାନ ଘର, ସମ୍ବେଦନଶୀଳ ସ୍ଥାନରେ ବାଣ ଫୁଟାଇବାକୁ ବାରଣ
