ଆଜି ହିନ୍ଦୁ ନବବର୍ଷ, କାହିଁକି ପାଳନ ହୁଏ ହିନ୍ଦୁ ନବବର୍ଷ ?
ଆଜି ହିନ୍ଦୁ ନବବର୍ଷ। ଜାନୁଆରୀ ୧ ନୁହେଁ, ଆମର ନୂତନ ବର୍ଷ ଆରମ୍ଭ ହୁଏ ବିଜ୍ଞାନ ଓ ସଂସ୍କୃତି ସହ । ୨୦୨୬ ନୁହେଁ… ଆମେ ପ୍ରବେଶ କରିଛୁ ୨୦୮୩ ବିକ୍ରମ ସମ୍ବତରେ । ହିନ୍ଦୁ ନବବର୍ଷ କେବଳ ତାରିଖ ନୁହେଁ, ଏହା ହେଉଛି ବିଜ୍ଞାନର ଅଦ୍ଭୁତ ଗଣନା । ବିଶ୍ୱର ସବୁଠାରୁ ସଠିକ କ୍ୟାଲେଣ୍ଡର, ଆମର ବିକ୍ରମ ସମ୍ବତ! ଆଜି ଚୈତ୍ର ଶୁକ୍ଳ ପ୍ରତିପଦା । ଆମ ସମସ୍ତ ହିନ୍ଦୁଙ୍କ ପାଇଁ ଗର୍ବ ଆଉ ଗୌରବର ଦିନ । ଆଜି ହେଉଛି ସୃଷ୍ଟିର ପ୍ରଥମ ଦିବସ । ପୌରାଣିକ ବିଶ୍ୱାସ ଅନୁସାରେ, ଭଗବାନ ବ୍ରହ୍ମା ଏହି ଦିନ ବ୍ରହ୍ମାଣ୍ଡର ସୃଷ୍ଟି ଆରମ୍ଭ କରିଥିଲେ ବୋଲି କୁହାଯାଏ। ଭଗବାନ ରାମଙ୍କ ରାଜ୍ୟାଭିଷେକ ଉତ୍ସବ ମଧ୍ୟ ଏହି ଦିନରେ ହୋଇଥିଲା ବୋଲି ବିଶ୍ଵାସ କରାଯାଏ। ହିନ୍ଦୁ ନବବର୍ଷ କ୍ୟାଲେଣ୍ଡର ଉଜ୍ଜୟିନୀ ନଗରୀରୁ ଆରମ୍ଭ ହୋଇଥିଲା। ଏହି କ୍ୟାଲେଣ୍ଡରକୁ ବିକ୍ରମ ସମ୍ବତ୍ କିମ୍ବା ପଞ୍ଚାଙ୍ଗ ମଧ୍ୟ କୁହାଯାଏ। ଉଜ୍ଜୟିନୀର ସମ୍ରାଟ ବିକ୍ରମାଦିତ୍ୟ ବିକ୍ରମ ସମ୍ବତ୍ (ବର୍ଷ) ଆରମ୍ଭ କରିଥିଲେ। ସେବେଠାରୁ ଏହି କ୍ୟାଲେଣ୍ଡର ଅନୁସାରେ ହିନ୍ଦୁ ନବବର୍ଷ ପାଳନ କରାଯାଉଛି।ଆଜିଠାରୁ ଦୁନିଆର ୧ ଅରବ ୯୭ କୋଟି ୨୯ ଲକ୍ଷ ୪୦ ହଜାର ୧୨୮ତମ ବର୍ଷ ଆରମ୍ଭ ହେଉଛି, ଯାହାକୁ ଆମେ ହିନ୍ଦୁ ନବବର୍ଷ ଭାବେ ପାଳନ କରୁ ।
ଇତିହାସ କୁହେ ଭାରତରେ ବହୁ ସମୟରେ ବହୁ କ୍ୟାଲେଣ୍ଡର ତିଆରି ହୋଇଛି । କିନ୍ତୁ ଯାହା ଅବିଚ୍ଛିନ୍ନ ଭାବେ ଚାଲିଆସୁଛି ତାହା ହେଉଛି ବିକ୍ରମ ସମ୍ବତ । ୫୭ ବର୍ଷ ପୂର୍ବ ଇସା ପୂର୍ବରୁ । ଉଜ୍ଜୟିନୀର ମହାନ ଚକ୍ରବର୍ତୀ ସମ୍ରାଟ ମହାରାଜ ବିକ୍ରମାଦିତ୍ୟ ଆରମ୍ଭ କରିଥିଲେ ଏହି ସମ୍ବତ । ଏହା କେବଳ ଏକ କ୍ୟାଲେଣ୍ଡର ନୁହେଁ…ଏହା ଥିଲା ଏକ ବାର୍ତ୍ତା ନୂତନ ଯୁଗର ଆରମ୍ଭକୁ ନେଇ । ତାଙ୍କର ଦରବାରରେ ଥିଲେ ନବରତ୍ନ, ଯେଉଁମାନେ ଜ୍ଞାନର ଦୀପ ଜଳାଇଥିଲେ । ସେମାନଙ୍କ ମଧ୍ୟରେ ଥିଲେ ମହାନ ଜ୍ୟୋତିଷାଚାର୍ଯ୍ୟ ବରାହମିହିର ।ତାଙ୍କ ଗଣନା, ତାଙ୍କ ଜ୍ଞାନ, ଏହି ସମ୍ବତକୁ କରିଦେଇଥିଲା ବୈଜ୍ଞାନିକ ଓ ସଠିକ୍ । ବିକ୍ରମ ସମ୍ବତର ମାସ କୌଣସି ରାଜା ବା ଦେବତାଙ୍କ ନାମରେ ନୁହେଁ, ଏହା ନିର୍ଭର କରେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ଗତି ଉପରେ । ଏଥିପାଇଁ ଏହାକୁ କୁହାଯାଏ ସବୁଠାରୁ ସଠିକ୍ କାଳଗଣନା । ଉତ୍ତର ଭାରତରେ ନୂତନ ବର୍ଷ ଆରମ୍ଭ ହୁଏ ଚୈତ୍ର ଶୁକ୍ଳ ପ୍ରତିପଦାରୁ । ଦକ୍ଷିଣ ଭାରତରେ କାର୍ତ୍ତିକ ଶୁକ୍ଳ ପ୍ରତିପଦାରୁ । କିନ୍ତୁ ଭାବନା ଏକ ନୂତନ ଆରମ୍ଭ, ନୂତନ ଆଶା । ଆଜି ଆମେ ଯେଉଁଠାରେ ୨୦୨୬ ମସିହାରେ ଅଛୁ । ସେଠାରେ ବିକ୍ରମ ସମ୍ବତ ଚାଲିଛି ୨୦୮୩ । ଅର୍ଥାତ୍ ଆମର ସଂସ୍କୃତି, ଆମର ଗଣନା, ସମୟରୁ ମଧ୍ୟ ଆଗରେ ।ସାରା ଦୁନିଆରେ ୬୦ରୁ ଅଧିକ କ୍ୟାଲେଣ୍ଡର ପ୍ରଚଳିତ। ହେଲେ ବିକ୍ରମ ସମ୍ଵତ ସବୁଠୁ ଅଧିକ ପ୍ରଚଳିତ। ନେପାଳ, ମରିସସ୍, ସୁରିନାମ୍ ଏବଂ ୟୁକ୍ରେନ ଭଳି ଦେଶରେ ବିକ୍ରମ ସମ୍ବତ୍ ଅନୁସରଣ କରାଯାଏ। ନେପାଳରେ ସମ୍ପୂର୍ଣ୍ଣ ଭାବେ ବିକ୍ରମ ସମ୍ବତ୍ ଅନୁସରଣ କରାଯାଏ।
