ଗୁଟଖା,ସିଗାରେଟ୍ ଓ ପାନ ମସଲାର ମୂଲ୍ୟ ବୃଦ୍ଧି ପାଇବ
ସେସ୍ ବାତିଲ ହେବା ପରେ ମଧ୍ୟ ତମାଖୁ, ପାନ ମସଲା ଓ ଅନ୍ୟାନ୍ୟ ସାମଗ୍ରୀ ଉପରେ ସମାନ ରହିବ ଟିକସ । ତେବେ ସୁନିଶ୍ଚିତ କରିବା ପାଇଁ ସରକାର ସୋମବାର ଲୋକସଭାରେ ଦୁଇଟି ବିଲ୍ ଆଗତ କରିବାର ଆଶା କରାଯାଉଛି । ଏହା ଏହି ସାମଗ୍ରୀ ଉପରେ ଟିକସ ମଧ୍ୟ ବୃଦ୍ଧି କରିପାରେ |ତେବେ ଆଜି ସଂସଦ ଅଧିବେଶନ ଉପରେ ସମଗ୍ର ଦେଶର ନଜର ରହିଛି । ବିଶେଷକରି ତମାଖୁ ସେବନକାରୀ ଏବଂ ଏହି ବ୍ୟବସାୟ ସହିତ ଜଡିତ ଲୋକଙ୍କ ପାଇଁ ଆଜିର ଦିନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କେନ୍ଦ୍ର ସରକାର ଆଜି ସଂସଦରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରିବାକୁ ଯାଉଛନ୍ତି, ଯାହା ସିଧାସଳଖ ସିଗାରେଟ୍, ଗୁଟଖା ଏବଂ ଅନ୍ୟାନ୍ୟ ତମାଖୁ ଜାତୀୟ ଦ୍ରବ୍ୟର ଟିକସ ବ୍ୟବସ୍ଥା ସହିତ ଜଡିତ । ତେବେ ଗ୍ରାହକମାନଙ୍କ ପାଇଁ ଆଶ୍ୱସ୍ତିର ବିଷୟ ହେଉଛି ଯେ, ଏହି ବିଲ୍ ଆସିବା ସତ୍ତ୍ୱେ ବର୍ତ୍ତମାନ ସମୟରେ ଏହି ସାମଗ୍ରୀଗୁଡିକର ଦାମ୍ ବୃଦ୍ଧି ପାଇବ ନାହିଁ । ଦୁଇଟି ପ୍ରମୁଖ ବିଲ୍ ହେଉଛି, କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ (ସଂଶୋଧନ) ବିଲ୍ ୨୦୨୫, ଏବଂ ସ୍ୱାସ୍ଥ୍ୟ ଏବଂ ଜାତୀୟ ସୁରକ୍ଷା ସେସ୍ ବିଲ୍, ୨୦୨୫ । ଏହି ବିଲ୍ ସିଗାରେଟ୍, ଗୁଟଖା ଏବଂ ପାନ ମସଲା ଭଳି ତମାଖୁ ଉତ୍ପାଦ ଉପରେ GSTକୁ ୨୮% ରୁ ୪୦% କୁ ବୃଦ୍ଧି କରିବା ପାଇଁ ।
