ଆଜି ହେଉଛି ବିଶ୍ୱ ବାଉଁଶ ଦିବସ
ବାଉଁଶର ମହତ୍ତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ସେପ୍ଟେମ୍ବର ୧୮ରେ ‘ବିଶ୍ୱ ବାଉଁଶ ଦିବସ’ ପାଳନ କରାଯାଏ । ବାଉଁଶ ହେଉଛି ଏକ ନିଆରା ଘାସ ଜାତୀୟ ଉଦ୍ଭିଦ ଯାହା ଶୀଘ୍ର ବଢିଥାଏ ଏବଂ ଅନେକ ଉପାୟରେ ବ୍ୟବହାର କରାଯାଇପାରେ । ଏହା କେବଳ ଶକ୍ତିଶାଳୀ ଏବଂ ବହୁମୁଖୀ ନୁହେଁ, ଏହା ମଧ୍ୟ ଜଳବାୟୁ ସ୍ଥିର ଏବଂ ପରିବେଶ ଅନୁକୂଳ ଅଟେ । ସମଗ୍ର ବିଶ୍ୱରେ ୧,୫୦୦ରୁ ଅଧିକ ଜାତିର ବାଉଁଶ ଅଛି । ବାଉଁଶ ହାତୀଙ୍କ ଏକ ପ୍ରିୟ ଖାଦ୍ୟ । ଘର ନିର୍ମାଣ, ଆସବାବପତ୍ର, ହସ୍ତଶିଳ୍ପ, ଏବଂ ଖାଦ୍ୟ ପାଇଁ ବିଶ୍ଵର ଲୋକମାନେ ବାଉଁଶ ବ୍ୟବହାର କରନ୍ତି । ବଡ଼ ବଡ଼ ହୋଟେଲରେ ବାଉଁଶ କରଡିରେ ପ୍ରସ୍ତୁତ ବ୍ୟଞ୍ଜନର ଚାହିଦା ଖୁବ୍ ଅଧିକ । ବାଉଁଶ ହେଉଛି ପୃଥିବୀର ଅନେକ ସ୍ଥାନରେ ବିଶେଷ କରି ଏସିଆ ମହାଦେଶରେ ବଢିଥାଏ । ମଣିଷ ସଭ୍ୟତା ଆରମ୍ଭରୁ ବାଉଁଶର ଯାତ୍ରା ଆରମ୍ଭ ହୋଇଛି। ବାଉଁଶର ବ୍ୟବହାର ଅନେକ କାର୍ଯ୍ୟରେ କରାଯାଏ। ଏବେ କିନ୍ତୁ ଏହା ଧିରେ ଧିରେ ଲୋପ ପାଇବାରେ ଲାଗିଛି। ପ୍ରାଚୀନ କାଳରୁ ଆରମ୍ଭ କରି ଏପର୍ଯ୍ୟନ୍ତ ବାଉଁଶ ମଣିଷର ଅତି ଆପଣାର ହୋଇ ରହିଛି। ତେଣୁ ବାଉଁଶ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଓ୍ୱାର୍ଲ୍ଡ ବାମ୍ବୋ ଅର୍ଗାନାଇଜେଶନ ଗଠନ କରାଯାଇଥିଲା। ଏହାର ସଂରକ୍ଷଣ ଲାଗି ସେପ୍ଟେମ୍ବର ୧୮କୁ ‘ବିଶ୍ୱ ବାଉଁଶ ଦିବସ’ ଭାବେ ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସେବେଠାରୁ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଉଛି।
