ଆଠଗଡରେ ଉପଖଣ୍ଡ ସ୍ତରୀୟ ସ୍ବାଧୀନତା ଦିବସ ପାଳନ ।

ଆଠଗଡ ୧୫/୦୮ (ମାନସ ରଞ୍ଜନ ସାହୁ) ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ୨୦୨୫ ଆଜି ଉପଖଣ୍ଡ ସୂଚନା ଓ ଲୋକସଂପର୍କ କାର୍ଯ୍ୟାଳୟ ଆଠଗଡ ଆନୁକୂଲ୍ୟରେ ଆଠଗଡ ଷ୍ଟାଡିୟମଠାରେ ମହାସମାରୋହରେ ପାଳିତ ହୋଇଛି । ଆଜିର ଦିବସ ପରିପ୍ରେକ୍ଷୀ ରେ ଦିବସର ପ୍ରତ୍ୟୁଷ ରୁ ଡ଼ାକବାଜି ଯନ୍ତ୍ର ଯୋଗେ ସହରରେ ରାମଧୂନ ପରିବେଷଣ କରାଯାଇଥିଲା । ସହରରେ ଅବସ୍ଥାପିତ ଥିବା ସମସ୍ତ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା । ସମସ୍ତ ବିଦ୍ୟାଳୟମାନଙ୍କରେ ଥିବା ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପ୍ରଭାତଫେରି ସହ ସ୍ଲୋଗାନ ଦିଆଯାଇ ସହର ପ୍ରକରମା କରାଯାଇଥିଲା । ଉପଜିଲ୍ଲାପାଳ ତଥା ଉପଖଣ୍ଡ ମାଜିଷ୍ଟ୍ରେଟ ଶ୍ରୀ ପ୍ରହଲ୍ଲାଦ ନାରାୟଣ ଶର୍ମା, ଭା. ପ୍ର. ସେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଠଗଡ ଷ୍ଟାଡିୟମ ଠାରେ ପତାକା ଉତ୍ତୋଳନ ପୂର୍ବକ ସମ୍ମିଳିତ ପରେଡ଼ ରେ ଅଭିବାଦନ ଗ୍ରହଣ କରିଥିଲେ । ଉପଜିଲ୍ଲାପାଳ ତଥା ସମାରୋହର ମୁଖ୍ୟ ଅତିଥି ଶ୍ରୀ ଶର୍ମା ସ୍ବାଧୀନତା ଦିବସ ପାଳନର ମହତ୍ଵ ଏବଂ ଆଜିର ସମାଜରେ ଆମେ ମାନେ କିପରି ସ୍ୱାଧୀନ ଭାବରେ ଦେଶ ପାଇଁ ନିଜର ଗୁରୁଦାୟିତ୍ୱ କୁ ସୁଚାରୁରୂପେ ବହନ କରିବା ଉପରେ ଗୁରୁତ୍ୱାରୋପ କରି ନିଜର ଅଭିଭାଷଣ ପ୍ରଦାନ କରିଥିଲେ । ଆଜିର ଦିବସରେ ଦେଶ ସ୍ବାଧୀନରେ ଯେଉଁ ମହା ମନୀଷୀ ଙ୍କ ଅବଦାନ କୁ ସ୍ମରଣ କରିଥିଲେ । ସ୍ବାଧୀନତା ଦିବସ ପାଳନ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ୩୮ ଜଣ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ ଏବଂ ବିଭିନ୍ନ କ୍ଷେତ୍ରରେ ତଥା ସ୍ୱାସ୍ଥ୍ୟ, ଆଇନ ଶୃଙ୍ଖଳା, ସାହାସିକତା ଏବଂ ସଫେଇ କ୍ଷେତ୍ରରେ ଆଠଗଡ଼ ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବ୍ୟକ୍ତି ବିଶେଷ ଏବଂ ସ୍ବର୍ଗତ ଦିବାକର ପଟ୍ଟନାୟକଙ୍କ ସ୍ମୃତି ସମ୍ମାନ ରେ ଜଣେ ସଫଳ ଚାଷୀ ଙ୍କୁ ଉପଜିଲ୍ଲାପାଳ ଶ୍ରୀ ଶର୍ମା ସମ୍ବର୍ଦ୍ଧିତ କରିବା ସହିତ ପରେଡ଼ ରେ ଅଂଶଗ୍ରହଣ କରି ପ୍ରଥମ ସ୍ଥାନ ଅଧିକାର କରିଥିବା ବିଭିନ୍ନ ପ୍ଲାଟୁନ ମାନକୁ ମଧ୍ୟ ପୁରସ୍କୃତ କରିଥିଲେ । ଆଜିର ଏହି ସମାରୋହରେ ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ର ୨୨ ପ୍ଳାଟୁନ ପରେଡ ରେ ଅଂଶ ଗ୍ରହଣ କରିଥିଲେ ।


ଆଜିର ଦିବସରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀ ବିଶ୍ୱଜିତ ମହାନ୍ତି, ଭାରପ୍ରାପ୍ତ ଥାନା ଅଧିକାରୀ ସୁଶ୍ରୀ ସୁମତୀ ମହାନ୍ତି, ଆଠଗଡ ଚିକିତ୍ସାଳୟ ର ଅଧିକାରୀ, ଆଠଗଡ଼ ବିଜ୍ଞାପିତ ଅଂଚଳ ପରିଷଦର ସମସ୍ତ ଅଧିକାରୀ ଏବଂ କର୍ମଚାରୀ, ଆଠଗଡ ର ସମସ୍ତ ବୁଦ୍ଧିଜୀବୀ,ମାନ୍ୟଗଣ୍ୟ ବ୍ୟକ୍ତି,ଶିକ୍ଷକ ଓ ଶିକ୍ଷୟତ୍ରୀ,ବିଭିନ୍ନ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ, ଆଠଗଡ ବହୁ ଜନ ସାଧାରଣ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ, ଗଣମାଧ୍ୟମର ପ୍ରତିନିଧିବୃନ୍ଦ ଉପସ୍ଥିତ ଥିଲେ । ଏଥିସହ ସମସ୍ତ କାର୍ଯ୍ୟକ୍ରମକୁ ଭାରପ୍ରାପ୍ତ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ତାପସ କୁମାର ଓଝା ପରିଚାଳିତ କରିଥିବା ବେଳେ ସମାରୋହରେ ଯୁବ ଉପସ୍ଥାପକ ଭାବେ ଆଠଗଡ ମାଟିର ସୁପୁତ୍ର ଶ୍ରୀ ବିବେକାନନ୍ଦ ପ୍ରଧାନ ସମସ୍ତ କାର୍ଯ୍ୟକ୍ରମର ଉପସ୍ଥାପନ କରିଥିଲେ । ପରିଶେଷରେ ପ୍ରାକ୍ତନ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀ ବ୍ରହ୍ମ।ନନ୍ଦ ରାଉତ ଧନ୍ୟବାଦ ପ୍ରଦାନ କରିଥିଲେ ।